ସିଡନୀ: ବ୍ରେଟନର ଫର୍ମୁଲା-1 ରେସର ଲୁଇସ ହାମିଲଟନ ଅଷ୍ଟ୍ରେଲିଆ ଅଗ୍ନିକାଣ୍ଡରେ ପୀଡିତଙ୍କ ସହାୟତା ପାଇଁ ବଢାଇଲେ ହାତ । 500,000 ଡଲାରର ଆର୍ଥିକ ସାହାୟତା କରିବା ପାଇଁ ନେଇଛନ୍ତି ନିଷ୍ପତ୍ତି ।

ସେ ନିଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମତେ ଏହି କଥା ଜାଣି ବହୁତ ଦୁଃଖ ଲାଗିଲା । 100 କୋଟି ପଶୁଙ୍କ ପ୍ରାଣ ଚାଲିଯାଇଛି । ସେମାନେ ନିର୍ଦ୍ଦୋଶ ଥିଲେ । ଜୀବଜନ୍ତୁଙ୍କ ପ୍ରତି ଥିବା ଭଲ ପାଇବା କାହା ପାଖରେ ଅଛପା ନାହିଁ । ମୁଁ 500,00 ଡଲାରର ସାହାଯ୍ୟ କରିବି । ଆପଣମାନେ ଯଦି ସକ୍ଷମ ତାହା ହେଲେ ଆର୍ଥିକ ସହାୟତ କରନ୍ତୁ ।