ETV Bharat / sports

ଅନ୍ତଃଯୁଦ୍ଧ ବନ୍ଦ କରିବାକୁ ଅପିଲ କଲେ IOA ଭିସି

author img

By

Published : Jul 5, 2020, 12:59 AM IST

ଶାନ୍ତିର ସହ ସମସ୍ତ ସମାଧାନ କରିବାକୁ ସଦସ୍ୟଙ୍କୁ ଅନୁୋଧ କଲେ ଆଇଓଏ ଉପାଧ୍ୟକ୍ଷ ଆରକେ ଆନନ୍ଦ । ସମସ୍ତ ତିକ୍ତତାପୂର୍ଣ୍ଣ ମେଲ ମଧ୍ୟ ବନ୍ଦ କରିବାକୁ କଲେ ଅପିଲ । ଅଧିକ ପଢ଼ନ୍ତୁ...

Lets behave with calmness, IOA VC calls for end to infighting, ଅନ୍ତଃଯୁଦ୍ଧ ବନ୍ଦ କରିବାକୁ ଅପିଲ କଲେ IOA ଭିସି, ତିକ୍ତତାପୂର୍ଣ୍ଣ ମେଲ, ଆଇଓଏ ଉପାଧ୍ୟକ୍ଷ ଆରକେ ଆନନ୍ଦ
ଅନ୍ତଃଯୁଦ୍ଧ ବନ୍ଦ କରିବାକୁ ଅପିଲ କଲେ IOA ଭିସି

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏସନ (IOA)ରେ ଗତ ତିନିମାସ ମଧ୍ୟରେ ଭାରତର ଜାତୀୟ ଅଲମ୍ପିକ ପରିଷଦ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ବନ୍ଦ କରିବାକୁ ଉପାଧ୍ୟକ୍ଷ ଆର.କେ ଆନନ୍ଦ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ଆଇଓଏର ଆଇନ କମିଟିର ଚେୟାରମ୍ୟାନ ମଧ୍ୟ ଥିବା ଆନନ୍ଦ କହିଛନ୍ତି ଯେ କମିଟି ମଧ୍ୟରେ ମେଲରେ ଏତେ ତିକ୍ତତା ଓ ଏପରି ଭାଷା ସେ କେବେ ଦେଖି ନାହାନ୍ତି ।

‘‘ଏହି ତିକ୍ତତାକୁ ରୋକିବା ଏବଂ ବିବାଦର ସମାଧାନ ପାଇଁ ପରସ୍ପର ବିରୁଦ୍ଧରେ ସମସ୍ତ ପ୍ରକାର ମେଲ ବନ୍ଦ କରିବା ପାଇଁ ସମସ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରାଯାଇଛି,’’ ବୋଲି ଆନନ୍ଦ ସଦସ୍ୟମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ।

ଏହି ସଂଗ୍ରାମର ମୁଖ୍ୟ କାରଣ ହେଉଛି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବତ୍ରା ଓ ସେକ୍ରେଟାରୀ ଜେନାରାଲ ରାଜୀବ ମେହତାଙ୍କ ମଧ୍ୟରେ ମତଭେଦ । ଏଥିମଧ୍ୟରୁ ବତ୍ରା ଏବଂ ମେହତା IOA ନୈତିକ ଆୟୋଗର ଚେୟାରମ୍ୟାନଙ୍କ ସହକାରୀ ନିଯୁକ୍ତିରେ ସହମତ ନୁହଁନ୍ତି ।

‘‘ଆମକୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ କିନ୍ତୁ ଆପଣଙ୍କ ଦ୍ବାରା ପ୍ରସ୍ତୁତ ଏହି ତିନୋଟି ନିୟମକୁ ଦେଖିବା ଏବଂ ଏହା ଆପଣଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ଇସି ଓ ଏଜିଏମର କୌଣସି ସଦସ୍ୟ ଅଧ୍ୟକ୍ଷ୍ୟଙ୍କ କ୍ଷମତାକୁ ବର୍ଜନ କରି ପାରିବେ ନାହଁ ଯେପର୍ଯ୍ୟନ୍ତ ଆପଣ ନିୟମାବଳୀରେ ସଂଶୋଧନ ନକରନ୍ତି,’’ ବୋଲି କହିଛନ୍ତି ଆନନ୍ଦ ।

‘‘ମୁଁ ସମସ୍ତ ସଦସ୍ୟଙ୍କୁ ଶାନ୍ତ ଭାବରେ ଚିନ୍ତା କରିବାକୁ ଏବଂ ସମସ୍ତଙ୍କୁ ସମ୍ମାନର ସହିତ ଭାବିବାକୁ ଅନୁରୋଧ କରୁଛି । ଆଇଓଏର କାର୍ଯ୍ୟର ବାତାବରଣକୁ ଦେଖିବା ପାଇଁ ଆମେ ସମସ୍ତେ ସମସ୍ତ ପ୍ରକାରର ମେଲ ବନ୍ଦ କରିବା ଉଚିତ। ଦୟାକରି ଅନୁଷ୍ଠାନକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ଯଦି ଅନୁଷ୍ଠାନ ଯାଏ ଆମେ ସମସ୍ତେ ମଧ୍ୟ ଯିବା । ଚାଲ ଶାନ୍ତିର ସହିତ ଆଚରଣ କରିବା। ଆମେ ସମସ୍ତେ ଭାଇ ଏବଂ ଆମ ମଧ୍ୟରେ ସମସ୍ତ ପାର୍ଥକ୍ୟ ଆପଣଙ୍କ ଦ୍ବାରା ଗଠିତ ମୂଳ କମିଟି ଦ୍ବାରା ସମାଧାନ ହୋଇପାରିବ । ସମସ୍ତେ ଏଥିରେ ବରିଷ୍ଠ ସଦସ୍ୟ ଅଟନ୍ତି । ଆଇଓଏକୁ କୌଣସି ସମସ୍ୟାରେ ପକାନ୍ତୁ ନାହିଁ ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.