ETV Bharat / sports

ଲାଲଗଡରୁ ଅଷ୍ଟ୍ରେଲିଆ: ଜାଣନ୍ତୁ ଭକ୍ତରାମଙ୍କ କାହାଣୀ

ଅଷ୍ଟ୍ରେଲିଆର ସାମୁଆ ଏପିଆଠାରେ ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାତେଇଛନ୍ତି ଭକ୍ତରାମ । ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ଭକ୍ତରାମଙ୍କ ଜୀବନ କାହାଣୀ ରହିଥିଲା ଅତ୍ୟନ୍ତ ସଂଙ୍ଘର୍ଷପୂର୍ଣ୍ଣ ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର
author img

By

Published : Jul 10, 2019, 9:53 PM IST

ବ୍ରହ୍ମପୁର: କ୍ରୀଡା କ୍ଷେତ୍ରରେ ଓଡିଶାର ଅନେକ ପ୍ରତିଭା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭ କରିପାରିଛନ୍ତି । ଆଉ ସେହି ସଫଳତା ମଧ୍ୟରେ ଯୋଡି ହୋଇଯାଇଛି ଆଉ ଏକ ଯୁବ ଭାରୋତ୍ତଳନ ପ୍ରତିଭାଙ୍କ ନାମ । ଅଷ୍ଟ୍ରେଲିଆର ସାମୁଆ ଏପିଆଠାରେ ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାତେଇଛନ୍ତି ଭକ୍ତରାମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର

ତେବେ ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳର ଆଦିବାସୀ ଛାତ୍ର ଭକ୍ତରାମ ଦେସ୍ତି ଭାରୋତ୍ତଳନରେ ଅଭ୍ୟାସ ଜାରି ରଖିବା ପରେ ବ୍ରହ୍ମପୁର କ୍ରୀଡା ଛାତ୍ରବାସରେ ନିଜର ଅଭ୍ୟାସ ଜାରି ରଖିଥିଲେ । ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ଭକ୍ତରାମଙ୍କ ଜୀବନ କାହାଣୀ ରହିଥିଲା ଅତ୍ୟନ୍ତ ସଂଙ୍ଘର୍ଷପୂର୍ଣ୍ଣ । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆର୍.ଏ.ସି ଗ୍ରାମର ଯୁବକ ଭକ୍ତରାମ । ଗତ ୨୦୧୪ ମସିହାରେ ବ୍ରହ୍ମପୁର ଆସିଥିଲେ ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସକୁ ।

ବାପା ସଦନ ଦେସ୍ତିଙ୍କ ସହ ପରିବାର ଅତ୍ୟନ୍ତ କଷ୍ଟରେ ପରିବାର ଚଳାଉଥିବା ବେଳେ ବ୍ରହ୍ମପୁରରେ ପହଞ୍ଚି ଆରମ୍ଭ କରିଦେଇଥିଲେ ନିଜର ଅଭ୍ୟାସ । ଆଉ ଏହି ସମୟରେ ଭକ୍ତରାମଙ୍କୁ କୋଚ ଭାବରେ ବ୍ରହ୍ମପୁରରେ ପ୍ରଶିକ୍ଷଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୀତା ଜେନା । ନିୟମିତ ଅଭ୍ୟାସ କରିବା ସହ ତାଲିମ ପାଇବା ଜାରି ରହିଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ତାଲିମ ପାଇବା ପରେ ଶେଷରେ ମିଳିଛି ଏଭଳି ଏକ ସଫଳତା । ତେବେ ଭକ୍ତରାମଙ୍କ ଏହି ସଫଳତାକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଖୁସିର ଲହରୀ । ଭକ୍ତରାମଙ୍କ ଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅନେକ ଉଦ୍ୟମ କରିଥିବା କୁହନ୍ତି କୋଚ ।

ଗତ ୨୦୧୬ ମସିହାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପରେ ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ ଭକ୍ତରାମ । ପରେ ୱାରଙ୍ଗଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଗତ ୨୦୧୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଓପନ ଇଣ୍ଡିଆ ୟୁଥ୍ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଥିଲେ । ଆଉ ଶେଷରେ ଗତ ଜାନୁଆରୀ ୨୦ ତାରିଖରୁ ପଞ୍ଚାବର ପଟିଆଲା ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିବା ପରେ ଭକ୍ତରାମ ଭାରତୀୟ ଦଳ ସହ କରିଥିଲେ ସାମୁଆ ଗ୍ରସ୍ତ କରିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସ୍ଲଗ :-ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ- ଭକ୍ତରାମଙ୍କ ଜୀବନ କାହାଣୀ ...
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ : ସ୍ୱତନ୍ତ୍ର ପ୍ୟାକେଜ,
ସ୍ଥାନ : ବ୍ରହ୍ମପୁର,
ତାରିଖ : ୧୦-୦୭-୧୯.-(ଭିଜୁଆଲ ଓ ବାଇଟ୍ ମୋଜୋରେ ଯାଇଛି ଏବଂ ଫାଇଲ୍ ଭିଜୁଆଲ ଓ କିଛି ଫୋଟ wrap ରେ ଯାଇଛି ।)
(ଆଙ୍କର):- କ୍ରୀଡା କ୍ଷେତ୍ରରେ ଓଡିଶାର ଅନେକ ପ୍ରତିଭା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭ କରିପାରିଛନ୍ତି । ଆଉ ସେହି ସଫଳତା ମଧ୍ୟରେ ଯୋଡି ହୋଇଯାଇଛି ଆଉ ଏକ ଯୁବ ଭାରୋତ୍ତଳନ ପ୍ରତିଭାଙ୍କ ନାମ । ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳର ଆଦିବାସୀ ଛାତ୍ର ଭକ୍ତରାମ ଦେସ୍ତି ଭାରୋତ୍ତଳନରେ ଅଭ୍ୟାସ ଜାରି ରଖିବା ପରେ ବ୍ରହ୍ମପୁର ରେ ଆସି ନିଜର ଅଭ୍ୟାସ କରିବା ପରେ ଶେଷରେ ଅଷ୍ଟ୍ରେଲିଆର ସାମୁଆ ଏପିଆ ଠାରେ ଅନୁଷ୍ଠିତ ହୋଇଥିବା ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାରେ ୪୯ କିଲୋଗ୍ରାମ କେଟୋଗୋରିରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ଭକ୍ତରାମଙ୍କ ଜୀବନ କାହାଣୀ ରହିଥିଲା ଅତ୍ୟନ୍ତ ସଂଙ୍ଘର୍ଷପୂର୍ଣ୍ଣ ।
Body:(ଭି.ଓ-୧)- ଦୃଢ ଇଚ୍ଛାଶକ୍ତି ସହ ମନରେ ବିଶ୍ୱାସ ରହିଲେ ଯେତେ ବାଧା ଆସିଲେ ମଧ୍ୟ ପ୍ରତିଭା ଦିନେ ନା ଦିନେ ବିକଶୀତ ହୋଇଥାଏ । ଯାହାକୁ ବାସ୍ତବରେ ପ୍ରମାଣିତ କରିଛନ୍ତି ଭାରତୀୟ ଭାରୋତ୍ତଳନ ଦଳରେ ସ୍ଥାନ ପାଇଛନ୍ତି ସୁଦୂର ମାଲକାନଗିରି ଭଳି ଏକ ଆଦିବାସୀ ଅଞ୍ଚଳର ଯୁବ ପ୍ରତିଭା । ଓଡିଶାର ଲାଲଗଡରୁ ଏହି ପ୍ରତିଭା ନିଜର ଅଭ୍ୟାସ ସହ ନିଷ୍ଠାପରତା ଯୋଗୁଁ ସୁଦୂର ଅଷ୍ଟ୍ରେଲିଆ ସାମୁଆ ଏପିଆ ଠାରେ ଅନୁଷ୍ଠିତ ହୋଇଥିବା ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାରେ ୪୯ କିଲୋଗ୍ରାମ କେଟୋଗୋରିରେ ସ୍ୱର୍ଣ୍ଣପଦକ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି ଆଦିବାସୀ ଛାତ୍ର ଭକ୍ତରାମ ଦେସ୍ତି । ଯାହାକି ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆର୍.ଏ.ସି ଗ୍ରାମର ଏହି ଛାତ୍ର ଭକ୍ତରାମ ପ୍ରଥମେ ମାଲକାନଗିରି ଛାତ୍ରବାସରେ ରହି ଭାରୋତ୍ତଳନରେ ଅଭ୍ୟାସ ଜାରି ରଖିବା ପରେ ଗତ ୨୦୧୪ ମସିହାରେ ବ୍ରହ୍ମପୁର ଆସିଥିଲେ ରାଜ୍ୟ ସରକାର ଙ୍କ କ୍ରୀଡା ଛାତ୍ରାବାସ କୁ । ବାପା ସଦନ ଦେସ୍ତି ଙ୍କ ସହ ପରିବାର ଅତ୍ୟନ୍ତ କଷ୍ଟରେ ପରିବାର ଚଳାଉଥିବା ବେଳେ ବ୍ରହ୍ମପୁରରେ ପହଞ୍ଚି ଆରମ୍ଭ କରିଦେଇଥିଲେ ନିଜର ଅଭ୍ୟାସ । ଆଉ ଏହି ସମୟରେ ଭକ୍ତରାମ ଙ୍କୁ କୋଚ ଭାବରେ ବ୍ରହ୍ମପୁର ରେ ପ୍ରଶିକ୍ଷଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୀତା ଜେନା । ନିୟମିତ ଅଭ୍ୟାସ କରିବା ସହ ତାଲିମ ପାଇବା ଜାରି ରହିଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ତାଲିମ ପାଇବା ପରେ ଶେଷରେ ମିଳିଛି ଏଭଳି ଏକ ସଫଳତା । ଯେତେବେଳେ ଆଦିବାସୀ ଛାତ୍ର ଭକ୍ତରାମ ଦେସ୍ତି ୪୯ କିଲୋ କେଟୋଗୋରିରେ ଖେଳି ଅଷ୍ଟ୍ରେଲିଆର ସାମୁଆ ଏପିଆ ଠାରେ ସ୍ୱର୍ଣ୍ଣ ପଦକ ପାଇବାରେ ସକ୍ଷମ ହୋଇଥିଲେ ତାହାକୁ ନେଇ ବ୍ରହ୍ମପୁର ରେ ଦେଖିବାକୁ ମିଳିଛି ଖୁସିର ଲହରୀ । ଭକ୍ତରାମ ଙ୍କ ଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅନେକ ଉଦ୍ୟମ କରିଥିବା କୁହନ୍ତି କୋଚ ।
ବାଇଟ୍-ସୀତା ଜେନା (ଭକ୍ତରାମ ଙ୍କ କୋଚ୍,ବ୍ରହ୍ମପୁର)
(ଭି.ଓ-୨)-ଏପରିକି ବ୍ରହ୍ମପୁର ଛାତ୍ରବାସରେ ଭକ୍ତରାମ ନିଜର ୪୯ କିଲୋ କେଟୋଗୋରି ରେ ହିଁ ରହିବା ପାଇଁ ଅନେକ ଉଦ୍ୟମ ଜାରି ରଖଇଥିବା ବେଳେ ଗତ ୨୦୧୬ ମସିହାରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପରେ ଜାତୀୟ ସ୍ତରରେ ପ୍ରତିଯୋଗିତା ରେ ଭାଗ ନେବାର ସୁଯୋଗ ପାଇଥିଲେ । ପରେ ୱାରଙ୍ଗଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଗତ ୨୦୧୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଓପନ ଇଣ୍ଡିଆ ୟୁଥ୍ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଥିଲେ । ଆଉ ଶେଷରେ ଗତ ଜାନୁଆରୀ ୨୦ ତାରିଖରୁ ପଞ୍ଚାବର ପଟିଆଲା ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିବା ପରେ ଭକ୍ତରାମ ଭାରତୀୟ ଦଳ ସହ କରିଥିଲେ ସାମୁଆ ଗ୍ରସ୍ତ ।
ବାଇଟ୍-ସଚ୍ଚିନ୍ଦ୍ର କୁମାର ମାଝି(ପୂର୍ବତନ ଇନଚାର୍ଜ- ବ୍ରହ୍ମପୁର କ୍ରୀଡା ଛାତ୍ରାବାସ)
ବାଇଟ୍-କାଜଲ କୁମାର ସାହୁ(ଇନଚାର୍ଜ-ବ୍ରହ୍ମପୁର କ୍ରୀଡା ଛାତ୍ରାବାସ)
Conclusion:(ଫା.ଭି.ଓ)- ମାଲକାନଗିରିର ଯେଉଁ ଲାଲଗଡରେ ମାଓବାଦୀ ମାନେ ସରକାର ଙ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇଥାନ୍ତି ସେହି ଅଞ୍ଚଳର ଆଦାବାସୀ ଇଲାକାର ଛାତ୍ର ଅଷ୍ଟ୍ରଲିଆରେ ସଫଳତା ପାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଗାମୀ ଦିନରେ ଭକ୍ତରାମ ନିଜର ଅଭ୍ୟାସ ଜାରି ରଖିଲେ ଆହୁରି ଅନେକ ପ୍ରତିଯୋଗିତାରେ ଉନ୍ନତି କରିବା ସହ ଜାତୀୟ ସ୍ତରରେ ସୁନାମ ଆଣିପାରିବ ବୋଲି ଆଶା ରଖାଯାଇଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.