ETV Bharat / sports

Syed Modi International: ଓହରିଲେ ଲକ୍ଷ ସେନ - ସୟଦ ମୋଦି ଇଣ୍ଟରନ୍ୟାସନାଲ

ଆଜିଠୁ(ମଙ୍ଗଳବାର) ଆରମ୍ଭ ହେବାକୁ ଯାଉଛି ସୟଦ ମୋଦି ଇଣ୍ଟରନ୍ୟାସନାଲ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏହାର ଦିନକ ପୂର୍ବରୁ ଓହରି ଯାଇଛନ୍ତି ଭାରତର ପ୍ରତିଭାବାନ ଖେଳାଳି ଲକ୍ଷ ସେନ (lakshya sen withdraws Syed Modi International)।

ଓହରିଲେ ଲକ୍ଷ୍ୟ ସେନ
ଓହରିଲେ ଲକ୍ଷ୍ୟ ସେନ
author img

By

Published : Jan 18, 2022, 9:53 AM IST

ନୂଆଦିଲ୍ଲୀ: ଆଜିଠୁ(ମଙ୍ଗଳବାର) ଆରମ୍ଭ ହେବାକୁ ଯାଉଛି ସୟଦ ମୋଦି ଇଣ୍ଟରନ୍ୟାସନାଲ ସୁପର ୩୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏହାର ଦିନକ ପୂର୍ବରୁ ଓହରି ଯାଇଛନ୍ତି ଭାରତର ପ୍ରତିଭାବାନ ଖେଳାଳି ଲକ୍ଷ ସେନ (lakshya sen withdraws Syed Modi International) । ବ୍ୟସ୍ତବହୁଳ କ୍ରୀଡାସୂଚୀ ପାଇଁ ସେ ଥକି ଯାଉଛନ୍ତି । ବିଶ୍ରାମ ନେବାକୁ ଚାହୁଁଥିବାରୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଥିବା ସ୍ପଷ୍ଟ କରିଛନ୍ତି ।

ରବିବାର ଇଣ୍ଡିଆ ଓପନ ଚମ୍ପିୟାନ ଲୋ କିନଙ୍କୁ ହରାଇ ଲକ୍ଷ କ୍ୟାରିଅରର ପ୍ରଥମ ସୁପର ୫୦୦ ଟାଇଟଲ ହାସଲ କରିଥିଲେ । ଗତ ଅକ୍ଟୋବର ମାସରୁ ଏଯାଏଁ ୯ଟି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ୨୦ ବର୍ଷୀୟ ଲକ୍ଷ ସେନ୍ ସେଥିରୁ ସେ ବିଶ୍ବ ଚମ୍ପିୟନସିପରେ ପଦାର୍ପଣ କରି ବ୍ରୋଞ୍ଜ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ।

ଆହୁରି ପଢନ୍ତୁ...India Open 2022: ପୁରୁଷ ସିଙ୍ଗଲ୍ସ ଟାଇଟେଲ ଜିତିଲେ ଲକ୍ଷ ସେନ୍‌

ଲକ୍ଷଙ୍କ ବ୍ୟତୀତ ଇଣ୍ଡିଆ ଓପନର ପୁରୁଷ ଡବଲ୍ସ ଟାଇଟଲ ଜିତିଥିବା ସାତ୍ତ୍ବିକ ସାଇାଜ ରଙ୍କିରେଡ୍ଡୀ ଓ ଚିରାଦ ସେଟ୍ଟୀ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । କେ ଶ୍ରୀକାନ୍ତ, ମହିଳା ଡବଲ୍ସ ମାନ୍ୟତା ପାଉଥିବା ଅଶ୍ବିନୀ ପୋନାପ୍ପୋ ଓ ପୁରୁଷ ଡବଲ୍ସ ଖେଳାଳି ମନୁ ଅତ୍ରୀ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ । ଇଣ୍ଡିଆ ଓପନ ସମୟରେ ଏହି ୩ ଖେଳାଳି କୋରୋନା ସଂକ୍ରମିତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.