ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଟାଇଟେଲ ଜିତିଲେ ଭାରତୀୟ ସର୍ଟଲର ଲକ୍ଷ ସେନ୍ । ରବିବାର ସ୍ଥାନୀୟ କେଡି ଯାଦବ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ସେନ୍ ।
ଫାଇନାଲ ମୁକାବିଲାରେ ଲକ୍ଷ ସେନ୍ ସିଙ୍ଗାପୁର୍ର ଲୋହ କିନ ୟିଉଙ୍କୁ ୨୪-୨୨, ୨୨-୧୭ରେ ମାତ୍ ଦେଇଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୫୪ ମିନିଟ ଧରି ଖେଳାଯାଇଥିଲା । ଏଥିସହ କ୍ୟାରିୟରରେ ପ୍ରଥମ ଥର ସୁପର ୫୦୦ ଟାଇଟେଲ ବିଜେତା ହେବାର ସୌଭଗ୍ୟ ଅର୍ଜନ କରିଛନ୍ତି ଲକ୍ଷ ସେନ୍ । ପ୍ରଥମ ସେଟ୍ରେ ଲକ୍ଷ ଆରମ୍ଭରୁ ଆଗୁଆ ରହିଥିଲେ ମାତ୍ର ବିଶ୍ବ ଚମ୍ପିଆନ କିନ ୟିଉ ଦମଦାର କମବ୍ୟାକ୍ କରିଥିଲେ ଓ ୨୨-୨୨ରେ ପଏଣ୍ଟ ବରାବର କରିଥିଲେ । ତେବେ ଯୁବ ଭାରତୀୟ ସର୍ଟଲର ସେନ୍ ୨୪-୨୨ରେ ବାଜିମାରିଥିଲେ ।
-
Take a bow for the Men’s Singles champions! 🔥🔥👏
— BAI Media (@BAI_Media) January 16, 2022 " class="align-text-top noRightClick twitterSection" data="
🥇: @lakshya_sen
🥈: @reallohkeanyew #YonexSunriseIndiaOpen2022 #IndiaKaregaSmash #Badminton pic.twitter.com/iM9wkpiDLD
">Take a bow for the Men’s Singles champions! 🔥🔥👏
— BAI Media (@BAI_Media) January 16, 2022
🥇: @lakshya_sen
🥈: @reallohkeanyew #YonexSunriseIndiaOpen2022 #IndiaKaregaSmash #Badminton pic.twitter.com/iM9wkpiDLDTake a bow for the Men’s Singles champions! 🔥🔥👏
— BAI Media (@BAI_Media) January 16, 2022
🥇: @lakshya_sen
🥈: @reallohkeanyew #YonexSunriseIndiaOpen2022 #IndiaKaregaSmash #Badminton pic.twitter.com/iM9wkpiDLD
ଏହାମଧ୍ୟ ପଢନ୍ତୁ: India Open Badminton: ସାତ୍ବିକ-ଚିରାଗ ଯୋଡିକୁ ଡବଲ୍ସ ଟାଇଟେଲ
୨୦ ବର୍ଷୀୟ ସେନ୍ ଏହି ପ୍ରଦର୍ଶନକୁ ଦ୍ବିତୀୟ ସେଟ୍ରେ ମଧ୍ୟ ବଳବତ୍ତର ରଖିଥିଲେ ଓ ୨୧-୧୭ରେ ନିଜ ନାମରେ କରିଥିଲେ । ପୂର୍ବରୁ ଭାରତୀୟ ଡବଲ୍ସ ଯୋଡି ସାତ୍ବିକ ସାଇରାଜ ରେଡ୍ଡି ଓ ଚିରାଗ ସେଟ୍ଟୀ, ୩ଥରର ବିଶ୍ବ ଚାମ୍ପିଅନ ହେଣ୍ଡ୍ରା ସେତିଆୱାନ ଓ ମହମ୍ମଦ ଏହସନଙ୍କୁ ଫାଇନାଲରେ ୧-୧୬, ୨୬-୨୪ ସିଧାସଳଖ ସେଟ୍ରେ ହରାଇ ଇଣ୍ଡିଆ ଓପନ ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସ ଟାଇଟେଲ ହାତେଇଛନ୍ତି । ଏହା ସାତ୍ବିକ-ଚିରାଗ ଯୋଡିଙ୍କ ଦ୍ବିତୀୟ BWF ୱାର୍ଲ୍ଡ ଟୁର୍ ସୁପର ୫୦୦ ଟାଇଟେଲ ।
ANI