ETV Bharat / sports

German Open: ଶ୍ରୀକାନ୍ତ ଆଉଟ୍‌, ସେମିରେ ଲକ୍ଷ ସେନ୍‌

author img

By

Published : Mar 12, 2022, 4:35 PM IST

ଜାନୁଆରୀରେ ଇଣ୍ଡିଆନ ଓପନ ଟାଇଟେଲ ଜିତିଥିବା ୨୦ ବର୍ଷୀୟ ଯୁବ ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ଲକ୍ଷ ସେନ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖି ଏଚ୍‌ ଏସ୍‌ ପ୍ରଣୟଙ୍କୁ ୨୧-୧୫, ୨୧-୧୬ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Lakshya Sen enters semifinals, Srikanth bows out of German Open
German Open: ଶ୍ରୀକାନ୍ତ ଆଉଟ୍‌, ସେମିରେ ଲକ୍ଷ ସେନ୍‌

ବର୍ଲିନ(ଜର୍ମାନୀ): ଚଳିତ ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ ସେମିଫାଇନାଲରେ ଭାରତୀୟ ସର୍ଟଲର ଲକ୍ଷ ସେନ । କ୍ବାର୍ଟରଫାଇନାଲ ମୁକାବିଲାରେ ଜବରଦସ୍ତ ବିଜୟ ସହ ସେମିରେ ପ୍ରବେଶ କରିଛନ୍ତି ସେନ୍‌ । ତେବେ ଲକ୍ଷଙ୍କ ବିପକ୍ଷରେ କ୍ବାର୍ଟରରେ ଭାରତୀୟ ଖେଳାଳି ପ୍ରତିନ୍ଦ୍ବନ୍ଦ୍ବୀ ଭାବେ ରହିଥିଲେ ।

ଏଚ୍‌ ଏସ୍‌ ପ୍ରଣୟଙ୍କୁ ୨୧-୧୫, ୨୧-୧୬ ସିଧାସଳଖ ସେଟ୍‌ରେ ହରାଇଛନ୍ତି ସେନ୍‌ । ୩୯ ମିନିଟ୍‌ ଧରି ଏହି ମ୍ୟାଚ୍‌ ଖେଳାଯାଇଥିଲା । ପୂର୍ବରୁ ସେନ ରାଉଣ୍ଡ ଅଫ ୧୬ରେ ଇଣ୍ଡୋନେସିଆର ଆନ୍ଥୋନି ସିନିସୁକାଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଥିଲେ ।

ପ୍ରଣୟଙ୍କ ବ୍ୟତୀତ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ଡେନମାର୍କର ଭିକ୍ଟର ଆକ୍ସେଲସନଙ୍କ ଠାରୁ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲ ମୁକାବିଲାରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାହାର ହୋଇଛନ୍ତି । ୩୫ ମିନିଟ୍‌ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭିକ୍ଟରଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କୁ ୨୧-୧୦ ଓ ୨୩-୨୧ସିଧାସଳଖ ସେଟ୍‌ରେ ପରାଜୟ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.