ETV Bharat / sports

Korea Open: ସେମି ଫାଇନାଲରେ ସିନ୍ଧୁ, ଶ୍ରୀକାନ୍ତ

ଚଳିତ କୋରିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ ୨୦୨୨ର ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତର ଶୀର୍ଷ ସ୍ଥାନୀୟ ଖେଳାଳି କିଦାମ୍ବ ଶ୍ରୀକାନ୍ତ ଚାଲିଥିବା କୋରିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 8, 2022, 12:30 PM IST

Updated : Apr 8, 2022, 1:07 PM IST

ସେମି ଫାଇନାଲରେ ଶ୍ରୀକାନ୍ତ
ସେମି ଫାଇନାଲରେ ଶ୍ରୀକାନ୍ତ

ସୁଞ୍ଚେଓନ(ଦକ୍ଷିଣ କୋରିଆ): ଚଳିତ କୋରିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୨ର ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତର ଶୀର୍ଷସ୍ଥାନୀୟ ଖେଳାଳି ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ କିଦାମ୍ବ ଶ୍ରୀକାନ୍ତ ଚାଲିଥିବା କୋରିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ସାଉଥ କୋରିଆର ନମ୍ବର ୱାନ ଖେଳାଳି ସନ୍ ୱାନ ହୁଙ୍କୁ ପରାସ୍ତ କରିଛନ୍ତି । 1 ଘଣ୍ଟା 2 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ସଫଳତା ସହ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀକାନ୍ତ । ସେହିପରି ଥାଇଲାଣ୍ଡର ବୁସାନାନ ଓଙ୍ଗବାମୃଫାନଙ୍କୁ ସିଧାସଳଖ ଗେମରେ ହରାଇ ସେମିରେ ପ୍ରବେଶ କରିଛନ୍ତି ସିନ୍ଧୁ ।

ସ୍ଥାନୀୟ ଖେଳାଳି ସନ୍ ୱାନ ପ୍ରଥମରୁ ଆକ୍ରାମଣାତ୍ମକ ସଟ ଖେଳି 2-0ରେ ଆଗୁଆ ଥିଲେ । ମାତ୍ର ୱାଲ୍ଡ ନଂ 12ରେ ଭାରତୀୟ ସଟଲଗ 5 ପଏଣ୍ଟ ହାସଲ କରିଥିଲେ ଏବଂ 21-12ରେ ପ୍ରଥମ ଗେମକୁ ନିଜ କବଜାରେ କରି ନେଇଥିଲେ । ଦ୍ବିତୀୟ ରାଉଣ୍ଡରେ ସନ୍ ୱାନହୁ କମବ୍ୟାକ କରି 6-2 ସ୍କୋର କରିଥିଲେ ମାତ୍ର ବିଶ୍ବ ଚମ୍ପିଆନସିପର ରୌପ୍ୟ ବିଜେତା ଶ୍ରୀକାନ୍ତ 12-10ରେ ଲିଡ କରି ପଛକୁ ପଛ ସ୍କୋର କରିଥିଲେ । ତୃତୀୟ ତଥା ଅନ୍ତିମ ଗେମରେ ଶ୍ରୀକାନ୍ତ 4-0ରେ ଆଗୁଆ ଥିଲେ । 21-12-18-2121-12 ଗେମରେ କ୍ବାର୍ଟର ଫାଇନାଲ ମ୍ୟାଚ ଜିତି ନେଇଥିଲେ । ସେମିଫାଇନାଲରେ ଜୋନାଟାନ କ୍ରିଷ୍ଟି ଏବଂ କୁନଲାଭନ୍ତ ଭିଟିଦାସନଙ୍କୁ ଭେଟିବେ ।

ସେହିପରି ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଓପନିଂ ଗେମରେ 6-5ରେ ଆଗୁଆ ଥିଲେ । 43 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ 8 ପଏଣ୍ଟରେ 21-10 21-16ରେ ଗେମକୁ ନିଜ କବଜାରେ କରି ନେଇଥିଲେ ସିନ୍ଧୁ ।

ଏହା ବି ପଢନ୍ତୁ...ETV Bharat Exclusive: ରିଲ୍‌ ପ୍ରବୀଣ ତାମ୍ବେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ପ୍ରକାଶ ଥାଉ କି, ଇସ୍ରାଏଲର ମିଶା ଜିଲବେର୍ମାନଙ୍କୁ 21-18, 21-6ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଶ୍ରୀକାନ୍ତ । ଦୁଇ ଥର ଅଲମ୍ପିକ ପଦକ ବିଜେତା ବିଶ୍ବ ମାନ୍ୟତାର ୨୬ ନମ୍ବର ସ୍ଥାନରେ ଥିବା ଜାପାନର ଅୟ ଓହରିଙ୍କୁ ମହିଳା ସିଙ୍ଗଲ୍ସ ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ୨୧-୧୫, ୨୧-୧୦ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ସିନ୍ଧୁ । ଆଜି କ୍ବାର୍ଟର ଫାଇନାଲରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମୃଫାନଙ୍କୁ ଭେଟିବେ । ସୁଇପ ଓପନରେ ବୁସାନାନଙ୍କୁ ହରାଇ ସିନ୍ଧୁ ଟାଇଟଲ ହାସଲ କରିଥିଲେ ।

Last Updated : Apr 8, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.