ETV Bharat / sports

ସର୍ବଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ କୋରାପୁଟ ପୁଅ ସତ୍ୟ ସଫଳ - All india power lifting Competition

ସର୍ବଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଓଡିଶା ଟିମରେ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ 51 ଜଣ ପ୍ରତିଯୋଗୀ । ଅଧିକ ପଢନ୍ତୁ...

_Koraput's satyanarayan pani on top at All india power lifting Competition
ସର୍ବଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ କୋରାପୁଟ ପୁଅ ସତ୍ୟ ସଫଳ
author img

By

Published : Mar 23, 2021, 10:12 PM IST

Updated : Mar 23, 2021, 10:48 PM IST

କୋରାପୁଟ: ଜାତୀୟ ସ୍ତରୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ କୋରାପୁଟ ପୁଅର ସଫଳତା । ଜାତୀୟ ସ୍ତରରେ 83 କିଲୋ ବର୍ଗର ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କୋରାପୁଟର ସତ୍ୟନାରାୟଣ ପାଣି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜିଲ୍ଲା ପୌରପରିଷଦ ଜିମ୍ନାଜିୟମରେ ଅଭ୍ୟାସ କରି ଏହି ସଫଳତା ହାସଲ କରିଛନ୍ତି ।

ସର୍ବଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ କୋରାପୁଟ ପୁଅ ସତ୍ୟ ସଫଳ

ମ୍ୟୁନସିପାଲିଟି ଜିମ୍ନାଜିଅମରେ ଅଭ୍ୟାସ କରି ସତ୍ୟନାରାୟଣ ପାଣି ଜାତୀୟ ସ୍ତରରେ 83 କିଲୋଗ୍ରାମ ବର୍ଗର ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ହୋଇଛନ୍ତି ।

ଟାଟା ନଗରରେ ଆୟୋଜିତ ସର୍ବଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଓଡିଶା ଟିମରେ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ 51 ଜଣ ପ୍ରତିଯୋଗୀ ।

ତେବେ ନିଜର ଓଜନ ବର୍ଗରେ ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ସତ୍ୟନାରାୟଣ ଏହି ସଫଳତା ହାସଲ କରିଛନ୍ତି । କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ ମୁନିସିପାଲ ଜିମ୍ନାଜିୟମରେ ସାଥୀ କ୍ରୀଡାବିତଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଛି । ଜିମ୍ନାଜିୟମର ସଭାପତି ତଥା ଜାତୀୟ ସ୍ତରର କ୍ରୀଡାବିତ ଭବାନୀ ଶଙ୍କର ମିଶ୍ର ସତ୍ୟନାରାୟଣଙ୍କ ଏହି ସଫଳତା କୋରାପୁଟର ଯୁବପିଢୀକୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ।

କୋରାପୁଟରୁ ସି. ଶାନ୍ତକାର, ଇଟିଭି ଭାରତ

Last Updated : Mar 23, 2021, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.