ETV Bharat / sports

ବିନା ହାତରେ ଏସିଆନ ଗେମ୍ସ ତୀରନ୍ଦାଜୀରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଶୀତଲ ଦେବୀ, ସହଜ ନଥିଲା ଯାତ୍ରା

author img

By ETV Bharat Odisha Team

Published : Nov 1, 2023, 12:55 PM IST

ବିନା ହାତରେ ତୀରନ୍ଦାଜୀରେ ଚତୁର୍ଥ ଏସିଆ ପାରା ଗେମ୍ସରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ଇତିହାସ ରଚିଛନ୍ତି 16 ବର୍ଷୀୟ ଶୀତଲ ଦେବୀ । ଜାଣନ୍ତୁ ତାଙ୍କ ସଫଳତା ଯାତ୍ରା ବିଷୟରେ ।

Sheetal Devi
Story of world first armless archer Sheetal Devi

ହାଇଦ୍ରାବାଦ: ବିଶାଳ ଆକାଶରେ ବି ଛିହ୍ର ଅଛି ଆଉ ମଣିଷ ତ ନିମିତ ମାତ୍ର । ଦୃଢ ମନୋବଳ, କଠିନ ପରିଶ୍ରମ ମିଶି ଗଲେ ସଫଳତା ପାଦ ଛୁଇଁବାରୁ ବାଧ୍ୟ ହୋଇଥାଏ । ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ସବୁ ବାଧାବିଘ୍ନ ହାର ମାନିଥାଏ । ଭାରତର ପ୍ରଥମ ମହିଳା ଯିଏକି ବିନା ହାତରେ ତୀରନ୍ଦାଜୀରେ ଇତିହାସ ରଚି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବିନା ହାତରେ ତୀର ମାରି ଇତିହାସ ରଚିଛନ୍ତି । ଦିବ୍ୟାଙ୍କ ତାଙ୍କୁ ହରାଇ ପାରିନାହିଁ । ଚଳିତ ପାରା ଏସିଆନ ଗେମ୍ସର ଚତୁର୍ଥ ସଂସ୍କରଣରେ ତୀରନ୍ଦାଜୀରେ ସ୍ବର୍ଣ୍ଣ ସହ 3ଟି ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି ଶୀତଳ ଦେବୀ । ଶୀତଲଙ୍କର ଏହି ଯାତ୍ରା ସହଜ ନଥିଲା । ଜାଣନ୍ତୁ 16 ବର୍ଷୀୟ ଶୀତଲ ଦେବୀଙ୍କ ସଂଘର୍ଷ ଓ ସଫଳତାର ପ୍ରେରଣାଦାୟକ ଯାତ୍ରା ବିଷୟରେ ।

  • 2 year's before whn I visited to #SheetalDevi village in Loi Dhaar (Kishtwar), she totally surprised me by her actions.
    She was adopted by Indian Army 11 RR Col. Shishpal & thy mde efforts & tried to tie up with no. of NGO's.
    It ws difficult task bt nvr fr Army @NorthernComd_IA pic.twitter.com/b69zvkDaEl

    — Deepak Prem Thakur 🇮🇳 (@DeepakThakur_10) October 30, 2023 " class="align-text-top noRightClick twitterSection" data=" ">

ଶୀତଲଙ୍କ ଯାତ୍ରା: ଜାମ୍ମୁ କାଶ୍ମୀରର କିସ୍ତବାଡ଼ ଜିଲ୍ଲାର ଏକ ଅପହଞ୍ଚ ଛୋଟ ଗାଁ ଲୋଇଧାରର ଝିଅ ଶୀତଲ । ପରିବାର କହିଲେ ଘରେ ବାପା ମାଆ ଓ ସାନ ଭଉଣୀ । ଶୀତଲଙ୍କ ବାପା ଚାଷ କରନ୍ତି ମାଆ ଗୃହିଣୀ । ଶୀତଳଙ୍କ ସାନ ଭଉଣୀ ଶିବାନୀ ତାଙ୍କର ସବୁଠୁ ଅଧିକ ଯତ୍ନ ନିଅନ୍ତି । ଜନ୍ମରୁ ହିଁ ଶୀତଲଙ୍କର ହାତ ନାହିଁ । ହେଲେ ସବୁଥିଲେ ସେ ପାରଙ୍ଗମ । ପାଠପଢାଠୁ ନେଇ ସବୁ କାମ ସେ ଗୋଡ଼ରେ କରିଥାନ୍ତି । ଦିବ୍ୟାଙ୍ଗତାକୁ ଅଭିଶାପ ନ ଭାବି ଆଗକୁ ବଢିଛନ୍ତି । ଦୁଇ ଗୋଡ ଓ ଛାତି ସାହାଯ୍ୟରେ ତୀରନ୍ଦାଜୀ କୌଶଳ ଶିଖି ସଫଳ ହୋଇଛନ୍ତି । ବିନା ହାତରେ ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ଜିତିଥିବା ସେ ପ୍ରଥମ ଭାରତୀୟ ହୋଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ବିନା ହାଥରେ ତୀରନ୍ଦାଜୀରେ ପ୍ରଥମ ଖେଳାଳି ଥିଲେ ଶୀତଲ । କିସ୍ତବାଡ଼ ଜିଲ୍ଲା ଦୁରଜରାଜ ଗାଁର ଝିଅ ଶୀତଲ ଚୀନରେ ଚମକିଛନ୍ତି । ଚତୁର୍ଥ ପାରା ଏସିଆନ ଗେମ୍ସରେ 2ଟି ସ୍ବର୍ଣ୍ଣ ସହ ମୋଟ 3ଟି ପଦକ ଜିତି ଇତିହାସ ରଚିଛନ୍ତି ।

ଫୋକୋମେଲିଆରେ ପୀଡିତ ଶୀତଲ: ଜନ୍ମରୁ ଶୀତଲ ଫୋକୋମେଲିଆ (phocomelia) ରୋଗରେ ପୀଡିତ । ଏଣୁ ତାଙ୍କ ୨ଟି ହାତର ବିକାଶ ହୋଇପାରିନାହିଁ । ଏହାପରେ ସେ ନିଜ ଗୋଡ଼କୁ ହାତ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ । ସବୁ କାମ ଗୋଡ଼ରେ ହିଁ କରନ୍ତି । ୨ ଗୋଡ଼ରେ ତୀରନ୍ଦାଜୀ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । ଭାରତୀୟ ସେନା ଦ୍ବାରା ଆୟୋଜିତ କ୍ରୀଡ଼ା ଶିବିରରେ ସେ ଅଂଶଗ୍ରହଣ କରିବା ପରେ ଧୀରେଧୀରେ ତାଙ୍କର ତୀରନ୍ଦାଜି ପ୍ରତି ଆଗ୍ରହ ବଢ଼ିଥିଲା । ଏହାପରେ ସେ ଏହି ଶିକ୍ଷା ଗ୍ରହଣ କରିଥିଲେ ।

2ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଟ୍ରେନିଂ: ଶୀତଲ ଦେବୀ ତୀରନ୍ଦାଜୀ କ୍ରୀଡ଼ାବିତ୍‌ ଭାବେ 2021ରେ ଯାତ୍ରା ଆରମ୍ଭ କରିଥିଲେ । ଭାରତୀୟ ସେନା ଦ୍ବାରା ଆୟୋଜିତ କ୍ରୀଡା ଶିବିରରେ ସେ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡା ଶିବିରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ । ଏହାପରେ କଟରାରେ ଥିବା ମାତା ବୌଷ୍ଣୋଦେବୀ ଏକାଡେମୀରେ ଟ୍ରେନିଂ ନେଇଥିଲେ । ମାତ୍ର କିଛି ମାସରେ ଶୀତଲ ତୀରନ୍ଦାଜୀରେ ଦକ୍ଷ ହୋଇଥିଲେ । ତାଙ୍କ କୋଚ୍‌ ଅଭିଳାଷ ଚୌଧୁରୀ ଏବଂ କୁଳଦୀପ ବେଦବାନ ଟ୍ରେନିଂ ଦେଇଥିଲେ ।

ଏହା ବି ପଢନ୍ତୁ...ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ବଦାନ୍ୟତା, ସ୍ବର୍ଣ୍ଣ ବିଜେତା ଶୀତଲ ଦେବୀଙ୍କୁ କଲେ କାର୍‌ ଗିଫ୍ଟ

ତୀରନ୍ଦାଜୀରେ ଶୀତଲଙ୍କ ପ୍ରଦର୍ଶନ: ଚଳିତ ମାସ ଜୁଲାଇରେ ପାରା ବିଶ୍ବ ତୀରନ୍ଦାଜୀ ଚମ୍ପିଆନସିପ୍‌ରେ ସିଙ୍ଗାପୁରର ଅଲିମ ନୁର ଏସଙ୍କୁ 144.142ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ । ଚୀନର ହଙ୍ଗଝୌରେ ଚତୁର୍ଥ ପାରା ଏସୀୟ କ୍ରୀଡ଼ାରେ ରାକେଶ କୁମାରଙ୍କ ସହିତ ମିଶ୍ରିତ କମ୍ପାଉଣ୍ଡ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଟିମ୍‌ ଇଭେଣ୍ଟ୍‌ରେ ରୌପ୍ୟ ପଦକ ନିଜ ନାମରେ କରିଥିଲେ । ସେହିପରି ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ କମ୍ପାଉଣ୍ଡ ବର୍ଗରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ ଶୀତଲ । ଏହା ସହିତ ଗୋଟିଏ ସଂସ୍କରଣରେ ଦୁଇଟି ଗୋଲ୍ଡ ଓ ଗୋଟିଏ ରୌପ୍ୟ ଜିତିବାରେ ଶୀତଲ ପ୍ରଥମ ମହିଳା ଖେଳାଳି ହେବାର ଗୌରବ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.