ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ଖେଳାଯିବ 2021 ସୁପର ଲିଗ ଖୋ ଖୋ ଟୁର୍ଣ୍ଣାମେଣ୍ଟ । ଏନେଇ ଘୋଷଣା କରିଛି ଭାରତୀୟ ଖୋ ଖୋ ମହାସଂଘ(KKFI) ଓ ଅଲଟିମେଟ ଖୋ ଖୋ(UKK) । 12ରୁ 15 ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ଭାରତୀୟ ଖୋ ଖୋ ମହାସଂଘ ଓ ଅଲଟିମେଟ ଖୋ ଖୋ ଦ୍ବାରା ଦିଲ୍ଲୀ ଏନସିଆରରେ ଗୋଟିଏ ମାସ ଧରି ଜାରି କ୍ୟାମ୍ପରେ ସାମିଲ ଥିବା 138 ଖେଳାଳିଙ୍କୁ 10ଟି ଟିମରେ ବିଭକ୍ତ କରାଯାଇଛି । ଏହାମଧ୍ୟରେ 10 ପୁରୁଷ ଓ ଦୁଇଟି ମହିଳା ଟିମ ରହିଛି ।

ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ନୂଆ ନିୟମ ଆଧାରରେ ହେବ । ସୁପର ଲିଗ୍ ମାଧ୍ୟମରେ ପ୍ରତ୍ୟେକ ଖେଳାଳିଙ୍କ ମାନ ଏବଂ ସ୍ତର ମୂଲ୍ୟାଙ୍କନ କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ଭାରତୀୟ ଖୋ ଖୋ ମହାସଙ୍ଘରେ ଅଧ୍ୟକ୍ଷ ସୁଧାଂଶୁ ମିତ୍ତଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ