ETV Bharat / sports

କ୍ୟାପଟେନ ନସରୀନଙ୍କ ଦୁଃଖ ଶୁଣିଲା ଭାରତୀୟ ଖୋଖୋ ଫେଡେରେସନ - ନସରୀନଙ୍କୁ ସହାୟତାର ହାତ ବଢାଇଲା ଖୋଖୋ ଫେଡେରେସନ

ଭାରତୀୟ ମହିଳା ଖୋଖୋ ଟିମ୍ କ୍ୟାପଟେନ ନସରୀନଙ୍କୁ ସହାୟତାର ହାତ ବଢାଇଲା ଖୋଖୋ ଫେଡେରେସନ । କୋରୋନା ଭାଇରସ ଲକଡାଉନ କାରଣରୁ ରାସନ କିଣିବା ପାଇଁ ମଧ୍ୟ ଅସମର୍ଥ ଥିଲା ଏହି ଚମ୍ପିଆନ ଖେଳାଳିଙ୍କ ପରିବାର ।

KKFI provides Rs 1 lakh aid to women's team captain Nasreen
କ୍ୟାପଟେନ ନସରୀନଙ୍କ ଦୁଃଖ ଶୁଣିଲା ଭାରତୀୟ ଖୋଖୋ ଫେଡେରେସନ
author img

By

Published : Apr 25, 2020, 11:36 AM IST

ନୂଆଦିଲ୍ଲୀ: ଭାରତୀୟ ଖୋଖୋ ଟିମ୍ କ୍ୟାପଟେନ ନସରୀନଙ୍କୁ ସହାୟତାର ହାତ ବଢାଇଲା ଖୋଖୋ ଫେଡେରେସନ । କୋରୋନା ଭାଇରସ ଲକଡାଉନ କାରଣରୁ ଅସୁବିଧାରେ ରହିଛି ଏହି ଚମ୍ପିଆନ ଖେଳାଳିଙ୍କ ପରିବାର ।

ଏମିତିକି ରାସନ କିଣିବା ପାଇଁ ମଧ୍ୟ ଅସମର୍ଥ ଥିବା କହିଥିଲେ ନସରୀନ । ନସରୀନଙ୍କ ଦୁଃଖ କାହଣୀର ଖବର ପ୍ରସାରିତ ହେବାପରେ, ଭାରତୀୟ ଖୋଖୋ ଫେଡେରେସନ(KKFI) ପକ୍ଷରୁ 1ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏନେଇ କେକେଏଫଆଇ ସାଧାରଣ ସମ୍ପାଦକ ଏମ ଏସ ତ୍ୟାଗୀ ସୂଚନା ଦେଇଛନ୍ତି ।

2019 ସାଉଥ ଏସିଆନ ଗେମ ବିଜୟୀ ଭାରତୀୟ ଖୋଖୋ ଟିମର କ୍ୟାପଟେନ ରହିଛନ୍ତି ନସରୀନ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)ର ବୃତ୍ତିରାଶିରେ ଏକ ଗରିବ ପରିବାରର ଝିଅ ନସରୀନ, ନିଜର ପ୍ରତିଭା ଓ ପରିଶ୍ରମ ବଳରେ ଭାରତର ପ୍ରତିନିଧିତ୍ବ କରିପାରିଛନ୍ତି । ନସରୀନଙ୍କ ବାପା ବାସନ ବିକ୍ରି କରି ପରିବାର ଚଳାନ୍ତି । ତେବେ ଲକଡାଉନରେ ଦୋକାନ ବନ୍ଦ ରହିଥିବା ଯୋଗୁଁ ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.