ନୂଆଦିଲ୍ଲୀ: ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF)କୁ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ବଡ ବୟାନ । NSF ଏକ ସ୍ବୟଂଚାଳିତ କ୍ରାଡା ପରିଚାଳନା ସଂଗଠନ । ଏହି ସଂସ୍ଥାରେ ସରକାର କୌଣସି ହସ୍ତକ୍ଷେପ କରିବାକୁ ଚାହାନ୍ତିନାହିଁ । କୌଣସି ବି ପରିସ୍ଥିତିରେ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ନିଜର ସ୍ବଂୟଶାସିତ ପରିଚାଳକୁ ବଜାୟ ରଖିବା ଉଚିତ ।

NSFର ପରିଚାଳନରେ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲିଲ ନିକଟରେ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ଅଭିଯୋଗ ଆଣିଥିଲେ । ତେବେ ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଦେଶରେ କ୍ରୀଡାର ବିକାଶ ପାଇଁ ଭାରତର ସରକାରଙ୍କ ପକ୍ଷରୁ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ଓ ସହଭାଗିତ ମିଳିବ । ଦେଶର କ୍ରୀଡାବିତଙ୍କ ସ୍ବାର୍ଥ ସମ୍ବଳିତ କୌଣସି ଦିଗ ସହ ବୁଝାମଣା କରାଯାଇପାରିବ ନାହିଁ ।