ETV Bharat / sports

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ 'ବଟଲକ୍ୟାପ ଚ୍ୟାଲେଞ୍ଜ' - 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ'

'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ' ଲଞ୍ଚ ନେଇ ଫିଟ୍‌ନେସର ବାର୍ତ୍ତା ଦେବା ପାଇଁ ସୋସିଆଲ ମିଡିଆର ଲୋକପ୍ରିୟ 'ବଟଲକ୍ୟାପ ଚ୍ୟାଲେଞ୍ଜ'କୁ ଗ୍ରହଣ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ।

ଫଟୋ ସୌଜନ୍ୟ- ଟ୍ବିଟର @KirenRijiju
author img

By

Published : Aug 25, 2019, 7:30 PM IST

ହାଇଦ୍ରାବାଦ: ଅଗଷ୍ଟ 29 ତାରିଖରେ ଦେଶ ପାଳିବ 'ଜାତୀୟ କ୍ରୀଡା ଦିବସ' । ଏହି ଅବସରରେ 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ' ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଆଡମ୍ବର ପୂର୍ଣ୍ଣ ଆୟୋଜନରେ ସମସ୍ତଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ । ଏଥି ସହିତ ସୋସିଆଲ ମିଡିଆରେ ଏବେ ଖୁବ ଲୋକପ୍ରିୟ ହୋଇଥିବା 'ବଟଲକ୍ୟାପ ଚ୍ୟାଲେଞ୍ଜ' କୁ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ- ଟ୍ବିଟର @KirenRijiju

ତେବେ ସେ ସମାନ ଢଙ୍ଗରେ ଗୋଡ ବୁଲାଇ ବଟଲର ଠିପି ଖୋଲିବାକୁ ସକ୍ଷମ ହୋଇଛନ୍ତି । ଏହି ଭିଡିଓଟିକୁ ରିଜ୍ଜୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ଫିଟ୍‌ନେସର ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି, "ଆସନ୍ତା ଅଗଷ୍ଟ 29ରେ 'ଜାତୀୟ କ୍ରୀଡା ଦିବସ' ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ' ଲଞ୍ଚ କରିବେ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଫିଟ୍‌ନେସ ରାଲିରେ ସାମିଲ ହୁଅନ୍ତୁ । ସୁନ୍ଦର ଜୀବନଟେ ବଞ୍ଚିବା ପାଇଁ ଆମକୁ ଫିଟ୍‌ ରହିବା ଆବଶ୍ୟକ । ଆଉ ଏହି ଫିଟ୍‌ନେସକୁ ଆମେ ସହଜ ଉପାୟରେ ବଜାୟ ରଖି ପାରିବା ।"

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.