ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଟ୍ରଫି ଉନ୍ମୋଚିତ - ଭୁବନେଶ୍ବରରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ

ଆସନ୍ତାକାଲି(ଶନିବାର)ଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ। କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ସେବା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।

Khelo india university game
ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ
author img

By

Published : Feb 21, 2020, 4:40 AM IST

ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ। ଏହି ପ୍ରତିଯୋଗିତା ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଖେଳାଯିବ। କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ସେବା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।

ଏହାର ପ୍ରଥମ ସଂସ୍କରଣ ଓଡିଶାରେ ଆୟୋଜିତ ହେଉଛି। ଏହି କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦେଶର 57ଟି ୟୁନିଭରସିଟିର କ୍ରୀଡ଼ାବିତ ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରତିଯୋଗିତା ପୂର୍ବରୁ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମର ଟ୍ରଫି ଉନ୍ମୋଚିତ ହୋଇଛି। ରାଜଧାନୀ ଭୁବନେଶ୍ବରର କିଟ ରଗବି ପଡିଆରେ, ୟୁନିଭରସିଟି ଅଫ ମହୀଶୂର ଓ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ଏଜୁକେସନ, ଗ୍ବାଲିଅରର ଛାତ୍ରଛାତ୍ରୀମାନେ ଉନ୍ମୋଚିତ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଗତ ମାସରେ ଗୋହ୍ବାଟି ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ସଫଳତାର ସହ ଶେଷ ହୋଇଛି। ଭବିଷ୍ୟତରେ ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକ ପାଇଁ ସଫଳ କ୍ରୀଡ଼ାବିତ ଅନ୍ବଷଣ କରିବା ଲାଗି ପ୍ରଥମଥର ପାଇଁ ଏଭଳି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଆୟୋଜନ କରୁଛନ୍ତି ଭାରତ ସରକାର। ଏହି ପ୍ରତିଯୋଗୀତା ନିଶ୍ଚୟ ସଫଳ ହେବା ସହ ଅନେକ ଛାତ୍ରଛାତ୍ରୀ କ୍ରୀଡା ମାଧ୍ୟମରେ ସେମାନଙ୍କ ପରିଚୟ ହାସଲ କରିପାରିବେ ବୋଲି ଏଠାକୁ ଆସିଥିବା କ୍ରୀଡ଼ାବିତମାନେ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.