ETV Bharat / sports

Khelo India: ଏପ୍ରିଲ ୨୪ରୁ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ, ବେଙ୍ଗାଲୁରୁରେ ଲୋଗୋ ଉନ୍ମୋଚନ - ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ(KIUG) ୨୦୨୧ର ନୂଆ ଲୋଗୋ, ଜର୍ସି, ମାସକଟ୍‌ ଓ ଆନ୍ଥେମ ବେଙ୍ଗାଲୁରୁର ଶ୍ରୀ କାନ୍ତିରାବା ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ

Khelo India University Games 2021 logo, mascot and anthem launched
Khelo India: ଏପ୍ରିଲ ୨୪ରୁ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ, ବେଙ୍ଗାଲୁରୁରେ ଲୋଗୋ ଉନ୍ମୋଚନ
author img

By

Published : Apr 2, 2022, 6:22 AM IST

ବେଙ୍ଗାଲୁରୁ: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ(KIUG) ୨୦୨୧ର ନୂଆ ଲୋଗୋ, ଜର୍ସି, ମାସକଟ୍‌ ଓ ଆନ୍ଥେମ ଶ୍ରୀ କାନ୍ତିରାବା ଷ୍ଟାଡିୟମରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କର୍ଣ୍ଣାଟକ ରାଜ୍ୟପାଳ ଟିସି ଗେହଲଟ୍‌ ଉପସ୍ଥିତ ରହିଥିଲେ ।

KIUG 2021, ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ହେବ । ଏପ୍ରିଲ ୨୪ରୁ ମଇ ୩ ପର୍ଯ୍ୟନ୍ତ ବେଙ୍ଗାଲୁରୁର ଜେନ ୟୁନିଭରସିଟିରେ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେବ । ଗତବର୍ଷ COVID-19 ମହାମାରୀ ପାଇଁ ଏହି ସମ୍ମାନଜନକ ଇଭେଣ୍ଟ ସ୍ଥଗିତ ରହିଥିଲା । ଯୋଗାସନ ସମେତ ମୋଟ ୧୮ଟି ଭିନ୍ନ ଭିନ୍ନ ଖେଳରେ ସମଗ୍ର ଦେଶରୁ ପ୍ରାୟ ୪,୫୦୦ ଆଥଲେଟ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ଆଶା ରହିଛି । ଉନ୍ମୋଚିତ ହୋଇଥିବା ନୂଆ ଲୋଗୋରେ କର୍ଣ୍ଣାଟକ ବିଧାନସୌଧକୁ ସ୍ଥାନିତ କରାଯାଇଛି । ଉଭୟ ପାର୍ଶ୍ବରେ ଦୁଇଟି ହାତୀ ରହିଛନ୍ତି । ସେହିପରି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ମାସକଟ୍‌ରେ ମଧ୍ୟ ଏଖ ହାତୀ ରହିଛି ଯାହାର ନାମ ରହିଛି ବୀର ।

  • बेंगलुरु में 'खेलो इंडिया यूनिवर्सिटी गेम्स' #KIUG2021 के शुभारंभ कार्यक्रम में राज्य के प्रख्यात खिलाड़ियों पर आधारित पुस्तक 'हॉल ऑफ़ फ़ेम' ,Mascot, Jersey का अनावरण किया ।@TCGEHLOT #KheloIndia pic.twitter.com/4YPODFbIe5

    — Office of Mr. Anurag Thakur (@Anurag_Office) April 1, 2022 " class="align-text-top noRightClick twitterSection" data=" ">

ଅଫସିଆଲ ଖେଲୋ ଇଣ୍ଡିଆ ମୋବାଇଲ ଆପ୍‌ ମଧ୍ୟ କର୍ଣ୍ଣାଟକ ରାଜ୍ୟପାଳ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଛି । ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୦ ଓଡିଶାର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(KIIT)ରେ ଅନୁଷ୍ଠିତ ହୋଇଥିଲା । ପଞ୍ଜାବ ୟୁନିଭରସିଟି ପ୍ରଥମ ସଂସ୍କରଣର ବିଜେତା ହୋଇଥିଲା, ପୁନେର ସାବିତ୍ରୀବାଇ ଫୁଲେ ୟୁନିଭରସିଟି ଦ୍ବିତୀୟ ସ୍ଥାନରେ ରହିଥିଲା ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.