ETV Bharat / sports

କର୍ଣ୍ଣାଟକ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆୟୋଜକ

author img

By

Published : Feb 21, 2021, 9:45 PM IST

ଫେବ୍ରୁଆରୀ 2020ରେ KIUGର ପ୍ରଥମ ସଂସ୍କରଣ ସଫଳତାର ସହ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା । ସମସ୍ତ ରାଜ୍ୟରୁ 25 ବର୍ଷରୁ କମ ବୟସ ବର୍ଗରେ 158 ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ 3,182 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

Karnataka to host Khelo India University Games 2021
କର୍ଣ୍ଣାଟକ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆୟୋଜକ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା 2021ର ଆୟୋଜକ ମାନ୍ୟତା କର୍ଣ୍ଣାଟକକୁ ମିଳିଛି । ଚଳିତ ବର୍ଷ ଶେଷ ଭାଗରେ ଏହି ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ରବିବାର, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କ ଉପସ୍ଥିତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏନେଇ ଘୋଷଣା କରିଛନ୍ତି । ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ସହଭାଗିତାରେ ବେଙ୍ଗାଲୁରୁର ଜେନ ୟୁନିଭରସିଟି ସହ ରାଜ୍ୟର ଅନ୍ୟ ଭେନ୍ୟୁରେ ଆୟୋଜିତ ହେବ ଏହି ମେଗା ପ୍ରତିଯୋଗିତା ।

ଅଲମ୍ପିକ ସମେତ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବା ଭଳି କ୍ରୀଡାବିତ ଅନ୍ବେଷଣ, ଦେଶର ସର୍ବବୃହତ ବିଶ୍ବବିଦ୍ୟାଳୟ କ୍ରୀଡା, KIUG ଆୟୋଜନର ଉଦ୍ଦେଶ୍ୟ ରହିଛି ।

ଫେବ୍ରୁଆରୀ 2020ରେ KIUGର ପ୍ରଥମ ସଂସ୍କରଣ ସଫଳତାର ସହ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା । ସମସ୍ତ ରାଜ୍ୟରୁ 25 ବର୍ଷରୁ କମ ବୟସ ବର୍ଗରେ 158 ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ 3, 182 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଦ୍ବିତୀୟ ସଂସ୍କରଣର ଆୟୋଜନ ଘୋଷଣା କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ପ୍ରଥମ ସଂସ୍କରଣ ଓଡିଶା ସଫଳତାର ସହ ଆୟୋଜନ ହୋଇଥିଲା ହୋଇଥିଲା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.