ETV Bharat / sports

'ଡିସକସ୍‌ ଥ୍ରୋ'ରେ ନ୍ୟାସନାଲ ରେକର୍ଡ, କମଲପ୍ରୀତଙ୍କୁ ମିଳିଲା ଅଲମ୍ପିକ ଟିକେଟ

author img

By

Published : Mar 19, 2021, 8:57 PM IST

ଡିସକସ୍‌ ଥ୍ରୋ ରେ ନ୍ୟାସନାଲ ରେକର୍ଡ ସହ ଟୋକିଓ ଟିକେଟ ହାତେଇଲେ କମଲପ୍ରୀତ କୌର । ଅଧିକ ପଢନ୍ତୁ...

Kamalpreet Kaur qualifies for Olympics, breaks national record in women's discus throw
'ଡିସକସ୍‌ ଥ୍ରୋ'ରେ ନ୍ୟାସନାଲ ରେକର୍ଡ, କମଲପ୍ରୀତଙ୍କୁ ମିଳିଲା ଅଲମ୍ପିକ ଟିକେଟ

ପଟିଆଲା: ଡିସକସ୍‌ ଥ୍ରୋ ରେ ନ୍ୟାସନାଲ ରେକର୍ଡ ସହ ଟୋକିଓ ଟିକେଟ ହାତେଇଲେ କମଲପ୍ରୀତ କୌର । ଚଳିତ ଫେଡେରେସନ କପ୍‌ରେ 65.06 ମିଟର ଥ୍ରୋ କରିବା ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ଏଥିସହ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲମ୍ପିକ ଯୋଗ୍ୟତା ଅର୍ଜନ ମାର୍କ 63.5 ମିଟର ରହିଥିଲା ।

କୌର, ପୂର୍ବରୁ ଥିବା ମହିଳା ଡିସକସ ଥ୍ରୋ ନ୍ୟାସନାଲ ରେକର୍ଡକୁ ଭଙ୍ଗ କରିଛନ୍ତି । ମହିଳା ଡିସକସ ଥ୍ରୋରେ ଭାରତୀୟ ଭାବେ ମଧ୍ୟ ପ୍ରଥମ ଥର ପାଇଁ କୌଣସି ଆଥଲେଟ 65 ମିଟର ମାର୍କକୁ ପାର୍‌ କରିଛନ୍ତି । ବର୍ଷ 2012ରେ କ୍ରୀଷ୍ଣା ପୁନିଆ 64.76 ମିଟର ଥ୍ରୋ ସହ ନ୍ୟାସନାଲ ରେକର୍ଡ କରିଥିଲେ ।

ସ୍ପୋର୍ଟ୍ସ ଅଥିରିଟି ଅଫ ଇଣ୍ଡିଆ ପକ୍ଷରୁ କମଲପ୍ରୀତ କୌରଙ୍କୁ ଅଲମ୍ପିକ ଯୋଗ୍ୟତା ହାସଲ ପାଇଁ ଶୁଭେଚ୍ଛା ଜଣାଯାଇଛି ।

ଟୋକିଓ ଅଲମ୍ପିକ ପୂର୍ବରୁ ଗତ ବର୍ଷ ଜୁଲାଇରେ ହେବାର ଥିଲା ମାତ୍ର ମହାମାରୀ କୋରୋନା ଭାଇରସ ଯୋଗୁଁ ସ୍ଥଗିତ ଘୋଷଣା ହୋଇଥିଲା । ତେବେ ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.