ETV Bharat / sports

କଳିକେଶ ନାରାୟଣ ସିଂହଦେଓ NRAIର ନୂଆ ସଭାପତି

author img

By

Published : Apr 7, 2023, 8:37 AM IST

ଜାତୀୟ ରାଇଫଲ ସଂଘ (NRAI) ସଭାପତି ଭାର ଗ୍ରହଣ କରିଛନ୍ତି ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ । ଅଧିକ ପଢନ୍ତୁ

kalikesh takes charge as nrai president
କଳିକେଶ ଏନଆଇଏଆଇର ସଭାପତି

ନୂଆଦିଲ୍ଲୀ: ଏନଆରଏଆଇର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କଳିକେଶ ନାରାୟଣ ସିଂହଦେଓ । ଗୁରୁବାର ଜାତୀୟ ରାଇଫଲ ସଂଘ (NRAI) ସଭାପତି ଭାର ଗ୍ରହଣ କରିଛନ୍ତି ବରିଷ୍ଠ ଉପସଭାପତି କଳିକେଶ ସିଂହଦେଓ । ଏନଆଇଏଆଇ ସଭାପତି ରଣିନ୍ଦର ସିଂଙ୍କ କାର୍ଯ୍ୟକାଳ ପୂରଣ ହୋଇଥିବାରୁ ତାଙ୍କୁ ଏହି ପଦରୁ ଅବସର ନେବାକୁ ପଡିଛି । ତାଙ୍କ ସ୍ଥାନରେ ଓଡିଶା କ୍ରୀଡା ପ୍ରଶାସକ ଓ ପୂର୍ବତନ ବନ୍ଧୁକ ଚାଳକ କଳିକେଶ ନାରାୟଣ ସିଂହଦେଓ ଏନଆଇଏଆଇର ସଭାପତି ହୋଇଛନ୍ତି ।

ଏନଆରଏଆଇ ଗଭର୍ଣ୍ଣିଂ ବଡି ବୈଠକରେ ସର୍ବସମ୍ମତିକ୍ରମେ କଳିକେଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡା ସଂଘର କର୍ମକର୍ତ୍ତା ଜାତୀୟ କ୍ରୀଡା ନିୟମ ଅନୁସାରେ 12 ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ପାରିବେ ନାହିଁ । ସଭାପତି ରଣିନ୍ଦର 2021 ସେପ୍ଟେମ୍ବର ମାସରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ଛୁଟିରେ ଥିଲେ । ରଣିନ୍ଦରଙ୍କ କାର୍ଯ୍ୟକାଳ 12 ବର୍ଷ ପୂରଣ ହୋଇ ସାରିଛି । ଗତ ମାସରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏନଆରଏଆଇକୁ ଅବଗତ କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ନୂଆ ସଭାପତି ନିଯୁକ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା । ଗତ ମଙ୍ଗଳବାର ଏନଆରଏଆଇ ଗଭର୍ଣ୍ଣିଂ ବଡି ବୈଠକ ବସିଥିଲା । ଏଥିରେ ସର୍ବସମର୍ଥନରେ କଳିକେଶଙ୍କୁ ସଭାପତି ବଛା ଯାଇଥିଲା । ସଂଘର ସମସ୍ତ କାର୍ଯ୍ୟ ନିଷ୍ଠାର ସହ କରିବେ ବୋଲି କହିଛନ୍ତି କଳିକେଶ ସିଂହଦେଓ ।

2010 ଡିସେମ୍ବର 29ରେ ରଣିନ୍ଦର ସିଂ ପ୍ରଥମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । 2022 ଡିସେମ୍ବର 29ରେ ତାଙ୍କର 12 ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି । ନିୟମ ଅନୁସାରେ ରଣନ୍ଦିର ଆଉ ସଭାପତି ରହିପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ କଳିକେଶ ସିଂହଦେଓ ସଭାପତି ହୋଇଛନ୍ତି ।

ଏହା ବି ପଢନ୍ତୁ...TATA IPL 2023 KKR vs RCB: ଆରସିବିର ବ୍ୟାଟିଂ ବିପର୍ଯ୍ୟୟ, 81 ରନରେ କୋଲକାତାର ବଡ଼ ବିଜୟ

ଏହା ବି ପଢନ୍ତୁ...MCC Lifetime Membership: MSD-ମିତାଲିଙ୍କ ସମେତ 5 କ୍ରିକେଟରଙ୍କୁ ଏମସିସି ଆଜୀବନ ସଦସ୍ୟତା

NRAI ସଭାପତି ଭାବେ ଦାୟିତ୍ବ ମିଳିବା ପରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି କଳିକେଶ । ସେ କହିଛନ୍ତି, ' ସମର୍ଥନ ପାଇଁ କୃତଜ୍ଞ । ଦେଶର ସୁଟିଂ ଖେଳର ପ୍ରୋତ୍ସାହନ ଓ ଉନ୍ନତି ନିମନ୍ତେ ରଣିନ୍ଦର ସିଂଙ୍କ ଅବଦାନ ପ୍ରଶଂସନୀୟ । ଏହା ଆମକୁ ପ୍ରେରଣା ଦେବ । ଏବେ ଆମେ ଏହାକୁ ଆଗେଇ ନେବୁ । ଆନ୍ତର୍ଜାତୀୟ ସ୍ତରରେ ଦେଶର ବନ୍ଧୁକ ଚାଳନା ଯେପରି ସଫଳତା ହାସଲ କରିବେ ସେ ଦିଗରେ କାର୍ଯ୍ୟ କରିବୁ। ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.