ETV Bharat / sports

Jr Women's Hockey WC: ସେମିଫାଇନାଲରେ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଲଢିବ - ହକି ବିଶ୍ବକପ ସେମିଫାଇନାଲରେ ହାରିଲା ଭାରତ

ଭାରତର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ ଚୁରମାର । ଜୁନିଅର ମହିଳା ହକି ବିଶ୍ବକପ ସେମିଫାଇନାଲରେ ନେଦରଲାଣ୍ଡଠାରୁ ୩-୦ ଗୋଲ୍‌ରେ ହାରିଲା ଭାରତ । ଅଧିକ ପଢନ୍ତୁ

Jr Women's Hockey World Cup: Netherlands beat India 3-0 in semi-finals
Jr Women's Hockey WC: ସେମିଫାଇନାଲରେ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଲଢିବ
author img

By

Published : Apr 10, 2022, 9:34 PM IST

ପୋଟଚେଫଷ୍ଟ୍ରୋମ(ଦକ୍ଷିଣ ଆଫ୍ରିକା): ଜୁନିଅର ମହିଳା ହକି ବିଶ୍ବକପ ସେମିଫାଇନାଲରେ ହାରିଲା ଭାରତ । ରବିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ୩-୦ ଗୋଲ୍‌ରେ ନେଦରଲାଣ୍ଡଠାରୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଫଳରେ ଭାରତର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ ଚୁରମାର ହୋଇଛି ।

ନେଦରଲାଣ୍ଡ ପକ୍ଷରୁ ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ତେସା ଭିତସମା, ୫୩ତମ ମିନିଟ୍‌ରେ ଲୁନା ଫୋକେ ଓ ୫୪ ତମ ମିନିଟ୍‌ରେ ଜିପ ଡିକେ ଗୋଲ୍‌ ସ୍କୋର କରିଥିଲେ। ଏଥିସହ ତୃତୀୟ ଟାଇଟେଲ ହାସଲ ପାଇଁ ଫାଇନାଲ ଟିକେଟ ହାତେଇଥିଲେ । ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ବିଜେତା ଟିମ ସହ ଫାଇନାଲ ଖେଳିବ ନେଦରଲାଣ୍ଡସ । ଅନ୍ୟପଟେ ପରାଜିତ ଟିମ ସହ ବ୍ରୋଞ୍ଜ୍‌ ପଦକ ପାଇଁ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ ।

ଅନ୍ୟପଟେ ଭାରତୀୟ ଟିମ ଗୋଲ୍‌ ପାଇଁ କ୍ୟାପଟେନ ସାଲିମା ଟେଟେଙ୍କ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲା । ନେଦରଲାଣ୍ଡ ଗୋଲ୍‌ କିପର ମଧ୍ୟ ଭାରତର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ଏହି ସମ୍ମାନଜନକ ମେଗା ଟୁର୍ଣ୍ଣାମେଣ୍ଟର ୨୦୧୩ ସଂସ୍କରଣରେ ବ୍ରୋଞ୍ଜ ପଦକ ବିଜୟ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.