ETV Bharat / sports

Tokyo Olympics: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ଆମରିକାର ପ୍ରଥମ ମହିଳା

author img

By

Published : Jul 23, 2021, 11:32 AM IST

ଟୋକିଓ ଅଲମ୍ପିକ ଉଦ୍ଘାଟନୀ ସମାରୋହରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ । ଅଧିକ ପଢନ୍ତୁ:

JILL BIDEN LANDS IN JAPAN FOR OLYMPIC OPENING CEREMONY
Tokyo Olympics: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ଆମରିକାର ପ୍ରଥମ ମହିଳା

ଟୋକିଓ: ସଂଯୁକ୍ତ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଟୋକିଓ ପହଞ୍ଚି ସାରିଛନ୍ତି । ଅଲମ୍ପିକ ଖେଳରେ ଏକ ଅଧିକାରୀ ପ୍ରତିନିଧିମଣ୍ଡଳୀର ନେତୃତ୍ବ କରିବା ସହ ଜାପାନ ପ୍ରଧାନମନ୍ତ୍ରୀ ୟାସିହୀଦେ ସୁଗା ଓ ତାଙ୍କର ପତ୍ନୀ ମାରିକୋ ସୁଗାଙ୍କ ସହ ରାତ୍ରିଭୋଜନ କରିଛନ୍ତି ।

ଇଂନ୍‌ସପିରିୟଲ ପ୍ୟାଲେସରେ ସମ୍ରାମ ନାରୁହିତୋଙ୍କୁ ଭେଟିବା ପୂର୍ବରୁ ସେ ପ୍ରଥମେ ଶୁକ୍ରବାର ୟୁଏସ ଟିମ ସହ ଭର୍ଚୁଆଲ ଆଲୋଚନା କରିବେ । ପରେ ଟୋକିଓ ଅଲମ୍ପିକ ଉଦ୍‌ଘାଟନୀ ସମାରୋହରେ ଭାଗନେବେ । ପ୍ରଥମ ମହିଳା ରୂପରେ ବାଇଡେନଙ୍କ ଏହା ପ୍ରଥମ ଏକୁଟିଆ ଅନ୍ତର୍ଜାତୀୟ ଯାତ୍ରା । ଟୋକିଓ ପହଞ୍ଚିବା ପୂର୍ବରୁ ସେ ପ୍ରଥମେ ଆଲସ୍କାରେ ରହିଥିଲେ ।

ଅଲମ୍ପିକ ଉଦ୍‌ଘାଟନୀ ସମୋରୋହକୁ ନେଇ କିଛି ଜରୁରୀ ତଥ୍ୟ:

  • ଅଲମ୍ପିକର ଉଦ୍‌ଘାଟନ ସମାରୋହ ଟୋକିଓର ନ୍ୟାସନାଲ ଷ୍ଟାଡିୟମରେ ହେବ । ସମାରୋହ ସମୟରେ କୌଣସି ଦର୍ଶକଙ୍କୁ ସାମିଲ କରାଯିବ ନାହିଁ । ଅତିଥୀ ଦେଶକୁ ସମ୍ମାନିତ କରିବାକୁ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।
  • ଏଥିସହିତ ଅଲମ୍ପିକ ପରେଡ ଓ ମାର୍ଚ-ପାଷ୍ଟ ହେବ , ଯେଉଁଥିରେ ସମସ୍ତ ଦେଶର ଟିମ ନିଦର ପତାକା ଧରି ଆଗକୁ ବଢିବେ । ଏହି ସମୟରେ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ(ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ) ଆକର୍ଷଣର କେନ୍ଦ୍ର ରହିବେ । COVID ସ୍ଥିତି ସତ୍ତ୍ବେ ସେ ଉଦ୍‌ଘାଟନ ସମାରୋହରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
  • ତାରକା ମୁଷ୍ଟିଯୋଦ୍ଧା ମେରୀ କମ ଓ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଉଦ୍‌ଘାଟନ ସମାରୋହରେ ଭାରତର ଧ୍ବଜାବାହକ ହେବେ ।
  • ଏହା ପ୍ରଥମ ଥର ପାଇଁ ହେବ ଯେ, ସମସ୍ତ ଦେଶର ଦୁଇଜଣ ଧ୍ବଜାବାହକ ହେବେ । ପରେଡରେ ଭାଗ ନେବାକୁ ଥିବା ଦେଶ ଜାପାନିଜ୍‌ ବର୍ଣ୍ଣମାଳା ମୁତାବିକ ମାର୍ଚ ପାଇଁ ଠିଆ ହେବେ, ଯେଉଁଥିରେ ଭାରତର ସ୍ଥାନ ୨୧ତମ ହେବ ।
  • ୨୪ ଜୁଲାଇରୁ ଅନେକ ଭାରତୀୟ ଖେଳାଳିଙ୍କ ଇଭେଣ୍ଟ ଆରମ୍ଭ ହେଉଛି, ସେଥିପାଇଁ ପରେଡ ସମୟରେ ସଂପୂର୍ଣ୍ଣ ଭାରତୀୟ ଟିମ ସାମିଲ ହେବ ନାହିଁ ।
  • ତେବେ କୁସ୍ତି, ଟେବୁଲ ଟେନିସ, ନୌକାୟନ, ଜିମ୍ନାଷ୍ଟିକ ଓ ତଲୱାରବାଜି ଟିମରୁ ୨୦ ଆଥଲେଟ ଓ ୬ ଅଧିକାରୀଙ୍କ ସମେତ ମୋଟ ୨୬ ସଦସ୍ୟ ପରେଡରେ ନଜର ଆସିବେ ।
  • ମନପ୍ରୀତଙ୍କ ବ୍ୟତୀତ ପୁରୁଷ ଓ ମହିଳା ହକି ଟିମ ଓ ସୁଟିଂ, ଭାରୋତ୍ତଳନ, ବ୍ୟାଡମିଣ୍ଟନ, ଟେନିସ ଓ ଜୁଡୋଟିମର ଖେଳାଳି ଉଦ୍‌ଘାଟନ ସମାରୋହରେ ଅନୁପସ୍ଥିତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.