ETV Bharat / sports

National Para Athletics Championship: ତୃତୀୟ ସ୍ବର୍ଣ୍ଣ ସହ ଶ୍ରେଷ୍ଠ ମହିଳା ଆଥଲେଟ ପୁରସ୍କାର ଜିତିଲେ ଜୟନ୍ତୀ - ଜୟନ୍ତୀ ବେହେରା

ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିଆନସିପ ୨୦୨୨ରେ ଜଲୱା ଦେଖାଇଛନ୍ତି ଓଡିଶାର ଷ୍ଟାର ଧାବିକା ଜୟନ୍ତୀ ବେହେରା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୋଟିଏ ନୁହେଁ ତିନୋଟି ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ପାରା ଦୌଡରାଣୀ ଜୟନ୍ତୀ । ଅଧିକ ପଢନ୍ତୁ

National Para Athletics Championship
National Para Athletics Championship
author img

By

Published : Apr 1, 2022, 9:42 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ବିଂଶତମ ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିଆନସିପ ୨୦୨୨ରେ ଜଲୱା ଦେଖାଇଛନ୍ତି ଓଡିଶାର ଷ୍ଟାର ଧାବିକା ଜୟନ୍ତୀ ବେହେରା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୋଟିଏ ନୁହେଁ ତିନୋଟି ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ପାରା ଦୌଡରାଣୀ ଜୟନ୍ତୀ । ଅନ୍ତିମ ଦିନରେ ଟି-୪୭ ମହିଳା ବର୍ଗ ୨୦୦ ମିଟରରେ ଜୟନ୍ତୀ ପ୍ରଥମ ସ୍ଥାନ ଅଧିକାର କରିବା ସହ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

  • 𝗧𝗵𝗲 𝗣𝗿𝗶𝗱𝗲 𝗼𝗳 𝗢𝗱𝗶𝘀𝗵𝗮! 👏👏

    Para-athlete Jayanti Behera won the award for the Best Woman para-athlete of the 20th National Para Athletics Championship in #Bhubaneswar.

    She won three golds in #ParaNationals2022.

    We are proud of you, Jayanti! pic.twitter.com/cn9udHSJxa

    — Odisha Sports (@sports_odisha) March 31, 2022 " class="align-text-top noRightClick twitterSection" data=" ">

ନିର୍ଦ୍ଧାରିତ ଦୂରତାକୁ ୨୬. ୬୯ ସେକେଣ୍ଡ ନେଇ ସେ ଏହି ସଫଳତା ହାସଲ କରିଛନ୍ତି । ଏଥିସହିତ ସେ ପ୍ରତିଯୋଗିତାରେ ଶ୍ରେଷ୍ଠ ମହିଳା ଆଥଲେଟ ବିବେଚିତ ହୋଇଛନ୍ତି । ପୂର୍ବରୁ ମହିଳା T-47 ୧୦୦ ମିଟର ଓ ୪୦୦ମିଟରେ ଇଭେଣ୍ଟରେ ଦୌଡ ଶେଷ କରିବା ସହ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଗତ ଦୁବାଇ ପାରା ଆଥଲେଟିକ ଗ୍ରାଁ ପ୍ରିରେ ଜୟନ୍ତୀ ୪୦୦ ମିଟରରେ ୧ ମିନିଟ ୯୩ ସେକେଣ୍ଡରେ ପୂରଣ କରି ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପୂର୍ବ ଟାଇମିଂରେ ସେ ବହୁ ସୁଧାର ଆଣିଛନ୍ତି ଫଳରେ ତାଙ୍କୁ ଏହି ସଫଳତା ମିଳିଛି । ମଙ୍ଗଳବାର T-47 ୧୦୦ ମିଟର ଇଭେଣ୍ଟରେ ନିର୍ଦ୍ଧାରିତ ଦୂରତାକୁ ୧୨.୯୨ ସେକେଣ୍ଡରେ ଅତିକ୍ରମ କରିଥିଲେ ଓ ସ୍ବର୍ଣ୍ଣ ଜିତିଥିଲେ । ଏହାପରେ ସେ ୨୦୦ ମିଟର ଓ ୪୦୦ ମିଟରରେ ଦୌଡ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଥିଲେ । ଆଉ ତାହା ମଧ୍ୟ ପୂରଣ ହୋଇଛି । ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜୟନ୍ତୀ ।

ସେହିପରି ମହିଳା ଏଫ ୫୭ ବର୍ଗର ଜେଭାଲିନ ଥ୍ରୋରେ ସୁଚିତ୍ରା ପରିଡା ବ୍ରୋଞ୍ଜ ଜିତିଛନ୍ତି । ସେ ୧୩.୩୭ ମିଟର ଜୋଭେଲିନ ଫୋପାଡି ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ଜାତୀୟ ପାରା ଆଥଲେଟିକ୍‌ସ ଚାମ୍ପିଆନସିପରେ ଓଡିଶା ପାଖରେ ମୋଟ ୭ଟି ପଦକ ମିଳିଛି । ଯେଉଁଥିରେ ମୋଟ ୪ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ରହିଛି । ଜୟନ୍ତୀ ଏକାକୀ ୩ଟି ପଦକ ଜିତିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.