ଟୋକିଓ: ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟଙ୍କୁ ମଙ୍ଗଳବାର ଠାରୁ ଟିକାଦାନ ଆରମ୍ଭ କରିଛି ଜାପାନ । ଏ ନେଇ ଜାପାନିଜ ଅଲମ୍ପିକ କମିଟି ପକ୍ଷରୁ ସୂଚନା ମିଳିଛି ।
ପ୍ରଥମ ଦିନରେ ଟ୍ରେନିଂ ସେଣ୍ଟରରେ 200 ଆଥଲେଟଙ୍କୁ ଟିକା ଦିଆଯାଇଥିବା ଜାପାନିଜ ଅଲମ୍ପିକ କମିଟି ସ୍ପଷ୍ଟ କରିଛି । ତେବେ କୌଣସି ଖେଳାଳିଙ୍କ ନାମ ସ୍ପଷ୍ଟ କରିନାହିଁ କମିଟି । ଏଥିସହ ଇଭେଣ୍ଟର ପ୍ରସାରଣ ମଧ୍ୟ ବାରଣ କରିଛି କମିଟି ।
ଜୁଲାଇ 23ରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଆଥେଲଟ୍ଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରୁଛି ।
200ରୁ ଅଧିକ ଦେଶର ପ୍ରାୟ 15,000ରୁ ଅଧିକ ଅଲମ୍ପିକ ଓ ପାରାଅଲମ୍ପିକ ଆଥଲେଟ୍ସ ଜାପାନରେ ପ୍ରବେଶ କରିବେ । ଏଥିସହ 10,000 ଜଜ୍, ଅଫିସିଆଲ, ମିଡିଆ ଓ ବ୍ରଡକାଷ୍ଟର୍ସ ସାମିଲ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ