ନୂଆଦିଲ୍ଲୀ: ପୂର୍ବଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ମହାମାରୀ କୋରୋନା ଭାଇରସକୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ଜନତା କର୍ଫ୍ୟୁକୁ ପାଳନ କରିବା ଓ କୋରୋନା ଭାଇରସକୁ ପରାସ୍ତ କରିବା କହିଛନ୍ତି ଗମ୍ଭୀର । ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ସହ ଲଢୁଛି ମାନବ ସମାଜ । ତେବେ ଏହି ଲଢେଇରେ ପ୍ରାଥମିକ ଭାବେ ଡାକ୍ତର, ହସ୍ପିଟାଲ କର୍ମଚାରୀ, ସ୍ବାସ୍ଥ୍ୟ ଅଧିକାରୀ, ଆମ୍ବୁଲାନ୍ସ, ଓ ସମସ୍ତ ଜରୁରୀ ସେବାରେ ନିୟୋଜିତ ଥିବା ଲୋକଙ୍କୁ କୃତଜ୍ଞତା ଜଣାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରିବାକୁ ଗମ୍ଭୀର ଅପିଲ କରିଛନ୍ତି ।
ଏନେଇ ଏକ ଭିଡିଓ ଜାରି କରିଛନ୍ତି ଗମ୍ଭୀର । ସମସ୍ତ ଦେଶବାସୀ ଘରେ ରୁହନ୍ତୁ । ଅତିଆବଶ୍ୟକ ସ୍ଥଳେ କେବଳ ଘରେ ବାହାରିବାକୁ ଚିନ୍ତା କରନ୍ତୁ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ