ETV Bharat / sports

ଡୋପ ଟେଷ୍ଟରେ ଧରାପଡିଲେ ଜିମନାଷ୍ଟ ଦୀପା କର୍ମାକର, 21 ମାସ ପାଇଁ ବାସନ୍ଦ କଲା ଆଇଟିଏ - ଡୋପ ଟେଷ୍ଟ

ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ 21 ମାସ ପାଇଁ ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କଲା ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ।

gymnast Dipa Karmakar
gymnast Dipa Karmakar
author img

By

Published : Feb 4, 2023, 8:37 AM IST

Updated : Feb 4, 2023, 8:57 AM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମନାଷ୍ଟ ଦୀପା କର୍ମାକରଙ୍କୁ ଝଟକା । ଡୋପ ଟେଷ୍ଟରେ ବିଫଳ ହେବାରୁ 21 ମାସ ପାଇଁ ଜିମନାଷ୍ଟ ଦୀପା କର୍ମାକରଙ୍କୁ ଅଯୋଗ୍ୟ ଘୋଷଣା କଲା ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇଟିଏ । ଫଳରେ ସେ ଏବେ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ।

ଆଣ୍ଟି ଡୋପିଂ ବଡି ଏକ ବିବୃତ୍ତିରେ କହିଛି, ''ଆଇଟିଏ ସ୍ପଷ୍ଟ କରିଛି ଯେ ଦୀପା କର୍ମାକରଙ୍କୁ 21 ମାସ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି । ଯାହା ଆସନ୍ତା ଜୁଲାଇ 10, 2023 ପର୍ଯ୍ୟନ୍ତ ବଳବତ୍ତର ରହିବ । ଦୀପା ହାଇଜେନାମାଇନ ଏସ 3 ବେଟା 2 ଡ୍ରଗ୍ସ ସେବନ କରିଥିବା ସ୍ପଷ୍ଟ ହୋଇଥିଲା ।

ଗତ 2021 ଅକ୍ଟୋବର 11 ତାରିଖରେ ଆଉଟଅଫ କମ୍ପିଟିସନ କଣ୍ଟ୍ରୋଲ ଜରିଆରେ ଫେଡେରେସନ ଇଣ୍ଟରନ୍ୟାସନାଲ ଡେ ଜିମନାଷ୍ଟିୟୁକ ତରଫରୁ ନମୁନା ସଂଗ୍ରହ କରାଯାଇଥିଲା । FIG ଆଣ୍ଟି-ଡୋପିଂ ନିୟମ ଅନୁଯାୟୀ ଧାରା 10.8.2 ଅନୁଯାୟୀ କେସ୍ ରିଜୋଲ୍ୟୁସନ୍ ଚୁକ୍ତିନାମା ମାଧ୍ୟମରେ ଏହି ମାମଲାର ସମାଧାନ କରାଯାଇଥିଲା । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ 11 ଅକ୍ଟୋବର 2021 ପରଠାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେଣୁ ଆସନ୍ତା ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ । ''

ଦୀପା 2016 ରିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଦୀପା ରିଓ ଅଲମ୍ପିକରେ ପ୍ରଥମ ଥର ପାଇଁ ଅତ୍ୟନ୍ତ କଠିନ ହ୍ୟାଣ୍ଡଫ୍ରଣ୍ଟ 540 ଭଲ୍ଟରେ ଭାଗ ନେଇ ଦମଦାର ପ୍ରଦର୍ଶନ କରିଥିଲେ । ସେହିପରି 2019ରେ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ବିଶ୍ୱକପ୍‌ ଭଲ୍ଟ ଫାଇନାଲରେ ପ୍ରବେଶ କରିକ୍ୱାଲିଫାଇଂ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ସହିତ ତୃତୀୟ ସ୍ଥାନ ଅଧିକାର କରି ଦୀପା ଫାଇନାଲରେ ସ୍ଥାନ ପକ୍କା କରିଥିଲେ ।

ନିକଟରେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାରୁ ସାମୟିକ ନିଲମ୍ବିତ କରାଯାଇଛି । ଗତ ଡିସେମ୍ବର ମାସ 5 ତାରିଖରେ ଡୋପ ଟେଷ୍ଟ ପାଇଁ ଦୂତୀଙ୍କର ନମୂନା ସଂଗ୍ରହ କରାଯାଇଥିଲା । ତେବେ ଏହି ନମୂନାରେ ଆପତ୍ତିଜନକ ଭାବେ ଆଣ୍ଡାରାଇନ୍, ଓଷ୍ଟାରାଇନ୍ ଏବଂ ଲିଗାଣ୍ଡ୍ରୋଲ୍ ପଜିଟିଭ ଆସିଥିବାରୁ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଥିଲା ।

Last Updated : Feb 4, 2023, 8:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.