ETV Bharat / sports

ISSF ସୁଟିଂ ବିଶ୍ବକପ: ମିକ୍ସଡ ଏୟାର ପିସ୍ତଲରେ ସୌରଭ-ମନୁଙ୍କୁ ସ୍ବର୍ଣ୍ଣ

author img

By

Published : Mar 22, 2021, 5:45 PM IST

ମିକ୍ସଡ ଏୟାର ରାଇଫଲ ଇଭେଣ୍ଟ ପରେ 10 ମିଟର ମିକ୍ସଡ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ଯୋଡି ମନୁ ଭାକର ଓ ସୌରଭ ଚୌଧୁରୀ ।

ISSF WORLD CUP SAURABH CHAUDHARY MANU BHAKER WIN GOLD MEDAL IN 10M AIR PISTOL MIXED TEAM GOLD
ISSF ସୁଟିଂ ବିଶ୍ବକପ: ମିକ୍ସଡ ଏୟାର ପିସ୍ତଲରେ ସୌରଭ-ମନୁଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଚଳିତ ISSF ସୁଟିଂ ବିଶ୍ବକପରେ ଭାରତର ପଦକ ବିଜୟ ଅଭିଯାନ ଜାରି । ସୋମବାର ମିକ୍ସଡ ଏୟାର ରାଇଫଲ ଇଭେଣ୍ଟ ପରେ 10 ମିଟର ମିକ୍ସଡ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ଯୋଡି ମନୁ ଭାକର ଓ ସୌରଭ ଚୌଧୁରୀ ।

ଫାଇନାଲରେ ଇରାନ ଯୋଡି ଗୋଲନ୍ୟୁସ ସେବଘାଟୋହି ଓ ଜାଭେଦ ଫର୍ୟୁଘିଙ୍କୁ 17-13ରେ ହରାଇଛନ୍ତି ଭାରତୀୟ ଯୋଡି । ଫାଇନାଲ ମ୍ୟାଚ ପ୍ରଥମ ଭାଗରେ ଇରାନ ଖେଳାଳି ମନୁ ଓ ସୌରଭଙ୍କ ଠାରୁ ଏକ ସମୟରେ 10-6ରେ ଆଗରେ ରହିଥିଲେ । ମାତ୍ର ଦୁଇ ଭାରତୀୟ ସୁଟର କମବ୍ୟାକ କରିବାକୁ ବିଳମ୍ବ କରିନଥିଲେ । 10-10 ସ୍କୋର କରିବା ସହ ବିଜୟ ନିଶ୍ଚିନ୍ତ କରିଥିଲେ । ବିଶ୍ବକପରେ ଏହି ଯୋଡି ଭାରତକୁ ପଞ୍ଚମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ।

ଅନ୍ୟପଟେ ଜଶସ୍ବିନୀ ଦେଶୱାଲ ଓ ଅଭିଷେକ ବର୍ମା, ତୁର୍କୀ ଯୋଡି ସେଭାଲ ଇଲିଆଦା ତାରହାନ ଓ ଇସମେଲ କେଲିସଙ୍କ ବିପକ୍ଷରେ 17-13ରେ ବିଜୟୀ ହେବା ସହ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.