ETV Bharat / sports

ISSF ବିଶ୍ବକପ: ସ୍ବର୍ଣ୍ଣ ସହ ଅଲିମ୍ପିକ୍ସ କୋଟା ହାସଲ କଲେ ସାର୍ଣ୍ଣୋବତ୍

author img

By

Published : May 28, 2019, 12:03 AM IST

ସୋମବାର ସ୍ବର୍ଣ୍ଣ ଜିତିଛନ୍ତି ଭାରତୀୟ ଷ୍ଟାର ଶୁର୍ଟର ରାହି ସାର୍ଣ୍ଣୋବତ୍ । ଜର୍ମାନୀର ମ୍ୟୁନିକରେ ଚାଲିଥିବା ଆଇଏସଏସଏଫ୍ ୱାର୍ଲ୍ଡ କପର 25 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସାର୍ଣ୍ଣୋବତ୍ ସ୍ବର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସୋମବାର ସ୍ବର୍ଣ୍ଣ ଜିତିଛନ୍ତି ଭାରତୀୟ ଷ୍ଟାର ଶୁର୍ଟର ରାହି ସାର୍ଣ୍ଣୋବତ୍ । ଜର୍ମାନୀର ମ୍ୟୁନିକରେ ଚାଲିଥିବା ଆଇଏସଏସଏଫ୍ ୱାର୍ଲ୍ଡ କପର 25 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସାର୍ଣ୍ଣୋବତ୍ ସ୍ବର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି।

ତେବେ ଫାଇନାଲ ଇଭେଣ୍ଟରେ ରାହି 37 ସ୍କୋର ସହ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ଏହି ଇଭେଣ୍ଟରେ ୟୁକ୍ରେନର ଓଲିନା କୋସ୍ତେଭିଚ୍ ୩୬ ସ୍କୋର ସହ ରୌପ୍ୟ ଏବଂ ବୁଲଗେରିଆର ଆଣ୍ଟୋନେଟା ବୋନେଭା 26 ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଅନ୍ୟପଟେ ଏହି ଇଭେଣ୍ଟରେ ନିରାଶ କରିଛନ୍ତି ଭାରତର ଅନ୍ୟତମ ଷ୍ଟାର୍ ଶୁର୍ଟର ମନୁ ଭାକର । ମନୁ ଫାଇନାଲରେ 21 ସ୍କୋର ସହ ପଞ୍ଚମ ସ୍ଥାନରେ ରହି ଅଲିମ୍ପିକ୍ସ ଟିକେଟରୁ ବଞ୍ଚିତ ହୋଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.