ETV Bharat / sports

ISSF World Cup: ଶେଷ ଦିନରେ ସ୍ବର୍ଣ୍ଣ ଜିତିଲେ ମନୁ ଓ ସୌରଭ

author img

By

Published : Sep 3, 2019, 5:58 PM IST

Updated : Sep 3, 2019, 7:45 PM IST

ISSF ସୁଟିଂ ବିଶ୍ବକପ ଶେଷ ହୋଇଛି । ଶେଷ ଦିନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀର ଯୁବ ସୁଟର ମନୁ ଭାକର ଓ ସୌରଭ ଚୌଧୁରୀ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ISSF ସୁଟିଂ ବିଶ୍ବକପ ଶେଷ ହୋଇଛି । ଭାରତୀୟ ସୁଟର ସମସ୍ତ ବିଭାଗରେ ସ୍ବର୍ଣ୍ଣିମ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଭାରତ ପ୍ରତିଯୋଗିତାର ସବୁ ବର୍ଗରେ ପଦକ ତାଲିକାର ଶୀର୍ଷରେ ରହିଛି । 5ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 2ଟି କାଂସ୍ୟ ପଦକ ସହ ମୋଟ 9ଟି ପଦକ ଭାରତ ନାମରେ ହୋଇଛି ।

ଯୁବ ସୁଟର ମନୁ ଭାକର ଓ ସୌରଭ ଚୌଧୁରୀ ଶେଷ ଦିନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 10 ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ଏହି ସଫଳତା ମିଳିଛି । ଏହି ଯୋଡି ISSF ମିକ୍ସ ଟିମ ଏୟାର ରାଇଫଲ ଇଭେଣ୍ଟରେ 4ଟି ବିଶ୍ବକପରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏଥିସହିତ ଅନ୍ୟତମ ଭାରତୀୟ ସୁଟର ଯୋଡି ଅଭିଷେକ ବର୍ମା ଓ ଯଶସ୍ବିନୀ ଦିସବାଲ ରୌପ୍ୟପଦକ ହାତେଇଛନ୍ତି ।

ଯୋଗ୍ୟତା ପର୍ଯ୍ୟାୟ 2ରାଉଣ୍ଡରେ ଅପୂର୍ବି ଚାନ୍ଦେଲା ଓ ଦିପକ କୁମାର 400ରୁ 394 ପଏଣ୍ଟ ସ୍କୋର କରିଥିଲେ। ଯଶସ୍ବିନୀ ଓ ଅଭିଷେକଙ୍କ ଯୋଡି 400ରୁ 394 ସ୍କୋର କରିଥିଲେ । ଚୀନର ଖେଳାଳିଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।

ପୂର୍ବରୁ ଅପୂର୍ବି ଓ ଦିପକ, ଚିନର ୟାଙ୍ଗ କିଆନ ଓ ୟୁ ହାଓନାନଙ୍କୁ ଫାଇନାଲ ମୁକାବିଲାରେ 16-6 ପଏଣ୍ଟରେ ଏକତରଫା ପରାଜିତ କରି ପଦକ ରାଉଣ୍ଡରେ ପ୍ରବେଶ କରିଥିଲେ । ଏହି ବିଶ୍ବକପରେ କୌଣସି ବି ଦେଶ 1ରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇନାହିଁ ।

ଭାରତ ଏହିବର୍ଷ ISSF ବିଶ୍ବକପର ଚାରୋଟି ପର୍ଯ୍ୟାୟରେ ମୋଟ 22ଟି ପଦକ ଜିତିଛି । ସେଥମଧ୍ୟରୁ 16ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି ।

Intro:Body:

BLANK FOR LINK 

Conclusion:
Last Updated : Sep 3, 2019, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.