ETV Bharat / sports

30 ପଦକ ସହ ISSF ସୁଟିଂ ବିଶ୍ବକପରେ ଭାରତର ଅଭିଯାନ ଶେଷ

author img

By

Published : Mar 28, 2021, 9:54 PM IST

15ଟି ସ୍ବର୍ଣ୍ଣ, 9ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ, ମୋଟ 30 ପଦକ ସହ ISSF ସୁଟିଂ ବିଶ୍ବକପରେ ଭାରତର ଅଭିଯାନ ଶେଷ । ଅଧିକ ପଢନ୍ତୁ...

ISSF World Cup: India sign off with double gold in trap team competitions
30 ପଦକ ସହ ISSF ସୁଟିଂ ବିଶ୍ବକପରେ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ(ISSF) ରାଇଫଲ/ପିସ୍ତଲ/ସଟଗନ୍‌ ବିଶ୍ବକପରେ ଭାରତ ଅଭିଯାନ ଶେଷ କରିଛି । ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଚାଲିଥିବା ଏହି ମେଗା ପ୍ରତିଯୋଗିତାରେ ରବିବାର ଶେଷଦିନ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ପୁରୁଷ ଓ ମହିଳା ଟ୍ରାପ ଟିମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାତେଇଛି ଭାରତ । ଏଥିସହ ପ୍ରତିଯୋଗିତାରେ ଭାରତ କେବଳ ପଏଣ୍ଟ ଟେବୁଲର ଶୀର୍ଷରେ ଅଭିଯାନ ଶେଷ କରିନି ବରଂ ଏଯାବତ ଅଂଶଗ୍ରହଣ କରିଥିବା ISSF ବିଶ୍ବକପ ପ୍ରତିଯୋଗିତାରେ ସର୍ବାଧିକ ସଫଳତମ ଟୁର୍ଣ୍ଣାମେଣ୍ଟ ହୋଇଛି । ମୋଟ 30 ପଦକ ମଧ୍ୟରେ 15ଟି ସ୍ବର୍ଣ୍ଣ, 9ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ରହିଛି ।

ମହିଳା ଟ୍ରାପ ଟିମ ଶ୍ରେୟସୀ ସିଂହ, ମନୀଷା କୀର ଓ ରାଜେଶ୍ବରୀ କୁମାରୀ ଫାଇନାଲରେ କାଜାଖାସ୍ତାନକୁ 6-0ରେ ହରାଇ ଦିନର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.