ରିୟୋ ଡି ଜେନେରିଓ: ବ୍ରାଜିଲରେ ଚାଲିଥିବା ସୁଟିଂ ବିଶ୍ବକପ୍ରେ ଭାରତୀୟ ସୁଟରଙ୍କ ଦମ୍ଦାର ପ୍ରଦର୍ଶନ । ପୁରୁଷ 10ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ସୁଟର ଅଭିଷେକ ବର୍ମା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସେହି ଇଭେଣ୍ଟରେ ଭାରତର ସୌରଭ ଚୌଧରୀ କାଂସ୍ୟ ପଦକ ହାସଲ କରିଛନ୍ତି ।

10 ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ 244.2 ଅଙ୍କ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଇଭେଣ୍ଟରେ ଭାରତୀୟ ସୁଟର ସୌରଭ 221.9 ଅଙ୍କ ହାସଲ କରି କାଂସ୍ୟ ପଦକ ଜିତିଛନ୍ତି । ତେବେ ଏହି 2 ଭାରତୀୟ ସୁଟର ପୂର୍ବରୁ କ୍ବାଲିଫାଏ ଇଭେଣ୍ଟରେ ହିଁ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।ରିୟୋ ଡି ଜେନେରିଓରେ ଆୟୋଜିତ ସୁଟିଂ ବିଶ୍ବକପ୍ରେ ସୁଟରଙ୍କ ଦମ୍ଦାର ପ୍ରଦର୍ଶନ ଫଳରେ ଭାରତ ପ୍ରଥମ ସ୍ଥାନରେ ରହିଛି।