ETV Bharat / sports

ISSF ସୁଟିଂ ବିଶ୍ବକପ: ଟିମ ଇଭେଣ୍ଟରେ ଭାରତକୁ ଆଉ ଏକ ରୌପ୍ୟ

author img

By

Published : Mar 25, 2021, 8:37 PM IST

ମହିଳା 50 ମିଟର ରାଇଫଲ ଥୀପୋଜିସନ ଟିମ ଇଭେଣ୍ଟରେ ରୌପ୍ୟରେ ଚମକିଲେ ଅଞ୍ଜୁମ ମୌଦୁଗିଲ, ଶ୍ରେୟା ସାକ୍ସେନା ଓ ଗାୟତ୍ରୀ ନିତ୍ୟାନାଦମ । ଅଧିକ ପଢନ୍ତୁ...

ISSF WC: India win silver in women's 50m rifle 3 positions event
ISSF ସୁଟିଂ ବିଶ୍ବକପ: ଟିମ ଇଭେଣ୍ଟରେ ଭାରତକୁ ଆଉ ଏକ ରୌପ୍ୟ

ନୂଆଦିଲ୍ଲୀ: ଚଳିତ ସୁଟିଂ ବିଶ୍ବକପରେ ଭାରତର ପଦକ ବିଜୟ ଅଭିଯାନ ଜାରି ରହିଛି । ମହିଳା 50 ମିଟର ରାଇଫଲ ଥୀପୋଜିସନ ଟିମ ଇଭେଣ୍ଟରେ ରୌପ୍ୟରେ ଚମକିଲେ ଭାରତୀୟ ସୁଟର । ଅଞ୍ଜୁମ ମୌଦୁଗିଲ, ଶ୍ରେୟା ସାକ୍ସେନା ଓ ଗାୟତ୍ରୀ ନିତ୍ୟାନାଦମ ଫାଇନାଲରେ ପୋଲାଣ୍ଡ ଖେଳାଳିଙ୍କ ଠାରୁ ପରାସ୍ତ ହେବାପରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ପୋଲାଣ୍ଡ 47 ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଓ ଭାରତ 43 ପଏଣ୍ଟ ସହ ରୌପ୍ୟ ପଦକ ହାତେଇଛି ।

ଏହାପୂର୍ବରୁ ଐଶର୍ଯ୍ୟ ପ୍ରତାପ ସିଂ ତୋମାର ବୁଧବାର ISSF ସୁଟିଂ ବିଶ୍ବକପରେ ପୁରୁଷ 50ମିଟର ରାଇଫଲ ଥ୍ରୀ ଇଭେଣ୍ଟରେ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ପରେ ଭାରତୀୟ ମହିଳା ଟିଂ ମଧ୍ୟ 25 ମିଟର ପିସ୍ତଲ ଇଭେଣ୍ଟରେ 3ଟି ପଦକ ହାସଲ କରିଥିଲେ ।

ଐଶର୍ଯ୍ୟ ପୂର୍ବରୁ 2019 ଏସୀୟ ସୁଟିଂ ଚମ୍ପିଆନସିପର 50 ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.