ETV Bharat / sports

ସୁଟିଂ ବିଶ୍ବକପ: ମେଡାଲ ତାଲିକାର ଶୀର୍ଷରେ ଭାରତ - ଦ୍ବିତୀୟରେ ୟୁଏସଏ

ମୋଟ 9ଟି ମେଡାଲ ସହ ISSF ସୁଟିଂ ବିଶ୍ବକପ ମେଡାଲ ତାଲିକାର ତ ଶୀର୍ଷରେ ଆୟୋଜକ ଭାରତ । ଅଧିକ ପଢନ୍ତୁ...

ISSF WC: India goes on top of medal tally
ସୁଟିଂ ବିଶ୍ବକପ: ମେଡାଲ ତାଲିକାର ଶୀର୍ଷରେ ଭାରତ, ଦ୍ବିତୀୟରେ ୟୁଏସଏ
author img

By

Published : Mar 21, 2021, 8:49 PM IST

ନୂଆଦିଲ୍ଲୀ: ଚଳିତ ISSF ସୁଟିଂ ବିଶ୍ବକପ ମେଡାଲ ତାଲିକାର ଶୀର୍ଷରେ ଆୟୋଜକ ଭାରତ । ମୋଟ 9ଟି ମେଡାଲ ସହ ଶୀର୍ଷରେ ରହିଛି ଭାରତ । ରବିବାର ଡ. କରଣୀ ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ISSF ରାଇଫଲ/ପିସ୍ତଲ ଓ ସଟଗନ୍‌ ବିଶ୍ବକପର ଦ୍ବିତୀୟ ଦିନରେ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣରେ ଚମକିଲେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ ।

ମହିଳା ଟିମ ମନୁ ଭାକର, ଜଶସ୍ବିନୀ ଦେଶୱାଲ ଓ ଶ୍ରୀ ନିବେତା ପ୍ରଥମେ ଫାଇନାଲରେ ପୋଲାଣ୍ଡକୁ 16-8ରେ ହରାଇ ସ୍ବର୍ଣ୍ଣ ଜିତିଥିଲେ । ପରେ ପୁରୁଷ ଟିମର ସୌରଭ ଚୌଧୁରୀ, ଅଭିଷେକ ବର୍ମା ଓ ଶାହଜର ରିଜଭି ମଧ୍ୟ ଭିଏତନାମକୁ ଫାଇନାଲରେ 17-11ରେ ହରାଇ ସ୍ବର୍ଣ୍ଣ ଜିତିଥିଲେ ।

ଏଥିସହ ରବିବାର ଭାରତୀୟ ଖେଳାଳି ମେଡାଲ ସଂଖ୍ୟାରେ ଯୋଡିଛନ୍ତି ଅଧିକ 4ଟି ମେଡାଲ । ଫଳରେ 3ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ମେଡାଲ ସହ ଭାରତର ମେଡାଲ ସଂଖ୍ୟା 9ରେ ପହଞ୍ଚିଛି ।

ୟୁଏସଏ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ମାତ୍ର ଭାରତ ସହ ସମାନ ସ୍ବର୍ଣ୍ଣ ହାତେଇଛି । ମାତ୍ର ଦୁଇଟି ରୌପ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.