ETV Bharat / sports

Kings cup 2023: ସୁଟଆଉଟରେ ହାରିଲା ଭାରତ, ରବିବାର ତୃତୀୟ ସ୍ଥାନ ପାଇଁ ଖେଳିବ

49ତମ କିଙ୍ଗ୍ସ କପ ସେମି ଫାଇନାଲରେ ପରାସ୍ତ ହୋଇଛି ଭାରତୀୟ ଫୁଟବଲ ଦଳ । କଡା ମୁକାବିଲାରେ ପେନାଲ୍ଟି ସୁଟ ଆଉଟରେ ଇରାକଠୁ ପରାସ୍ତ ହୋଇ ନିରାଶ ହୋଇଛି ଭାରତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 8, 2023, 9:47 AM IST

India vs Iraq Kings cup semifinal
Kings cup 2023

ନୂଆଦିଲ୍ଲୀ: କିଙ୍ଗ୍ସ କପ ସେମିଫାଇନାଲରେ ଇରାକ ଭାରତରୁ ପେନାଲ୍ଟି ସୁଟଆଉଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲ କଡା ମୁକାବିଲାରେ ପେନାଲ୍ଟି ସୁଟଆଉଟରେ 2-2 (5-4)ରେ ଭାରକୁ ପରାସ୍ତ କରିଛି ଇରାକ । ଫିଫା ମାନ୍ୟତାର 99ତମ ଦଳ ଭାରତ ଓ 70ତମ ମାନ୍ୟତା ଦଳ ଇରାକ ମଧ୍ୟରେ ପ୍ରଥମ କିଙ୍ଗ୍ସକପ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ରବିବାର ତୃତୀୟ ସ୍ଥାନ ପାଇଁ ଖେଳିବ ଭାରତ ।

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ସମୟରେ ଖେଳ 2-2 ଗୋଲରେ ଅମୀମାଂସିତ ରହିଥିଲା । ପରେ ଭାରତ ସୁଟଆଉଟରେ ପରାଜିତ ହୋଇଥିଲା । ଫାଇନାଲ ସ୍ବପ୍ନ ମଉଳିଥିବା ଭାରତୀୟ ଦଳ ତୃତୀୟ ସ୍ଥାନ ପାଇଁ ଖେଳିବ । ଅଧିନାୟକ ସୁନୀଲ ଛେତ୍ରୀ କିଙ୍ଗ୍ସ କପରୁ ବାଦ ରହିଥିଲେ । ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁଙ୍କ ନେତୃତ୍ବରେ ଖେଳୁଥିଲା ଭାରତ । 16 ମିନିଟରେ ପ୍ରଥମ ଗୋଲ ଦେଇ ଇରାକ ଉପରେ ଚାପ ପକାଇଥିଲା ଭାରତ । ମହେଶ ସିଂ ଏହି ଗୋଲ ସ୍କୋର କରିଥିଲେ ।

28 ମିନିଟରେ ଇରାକ ଏହି ଗୋଲ ପରିଶୋଧ କରିଥିଲା । ପୁଣି 51 ମିନିଟରେ ଭାରତ ହାସଲ ଗୋଲ କରି 2-1ରେ ଆଗୁଆ ରହିଥିଲା । 80 ମିନିଟରେ ଇରାକ ଆଉ ଏକ ଗୋଲ କରି ସ୍ଥିତି 2-2ରେ ବରାବର କରିଥିଲା । ନିର୍ଦ୍ଧାରିତ ସମୟରେ ଖେଳ 2-2ରେ ଅମୀମାଂସିତ ରହିଥିଲା ତେଣୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା । ସେଥିରେ 5-4 ଗୋଲରେ ପରାଜିତ ହୋଇଥିଲା ଭାରତ । ପରାସ୍ତ ହେଲେ ବି ଇରାକ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲା ।

ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ଚତୁର୍ଥ ଥର ପାଇଁ ଅଂଶ ଗ୍ରହଣ କରିଛି । ଏହାପୂର୍ବରୁ 3 ଥର ଭାରତ କାଂସ୍ୟ ପଦକ ହାସଲ କରିଛି । ଶେଷ ଥର 2019ରେ ଥାଇଲାଣ୍ଡକୁ ହରାଇ ବ୍ରୋଞ୍ଚ ପଦକ ଜିତିଥିଲା । 1977ରେ ପ୍ରଥମ ଥର ଅଂଶଗ୍ରହଣ କରିଥିଲା । 1981ରେ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଫିଫା ମାନ୍ୟତା ଭାରତ ସର୍ବାଧିକ ମାନ୍ୟତା ଦଳ । ଇରାକ 70 ଓ ଲେବାନନ 100ତମ ସ୍ଥାନରେ ରହିଥିବା ବେଳେ ଆୟୋଜକ ଥାଇଲାଣ୍ଡ ସର୍ବନିମ୍ନ ମାନ୍ୟତା ଦଳ । ଫିପା ମାନ୍ୟତାରେ ଭାରତ 99ତମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...SAFF U-16 Championship: ନେପାଳକୁ ହରାଇ ସେମିରେ ଭାରତ

ଏହା ବି ପଢନ୍ତୁ...Kings cup 2023: ସେପ୍ଟେମ୍ବର 7ରେ ଭାରତ-ଇରାକ ସେମି ଫାଇନାଲ

ପ୍ରକାଶ ଥାଉ କି, ଭାରତୀୟ ଫୁଟବଲ ଦଳର ପ୍ରଦର୍ଶନ ଭଲ ରହିଥିଲା । ନିକଟରେ ଦୁଇ ଦୁଇଟି ଚମ୍ପିଆନରେ ବାଜିମାତ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଭୁବନେଶ୍ବରରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲର ତୃତୀୟ ସଂସ୍କରଣରେ ଲେବାନନକୁ 2-0 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ଭାରତ । ଏହାପରେ ବେଙ୍ଗାଲୁରୁରେ କୁଏତକୁ ହରାଇ ନବମ ଥର ସାଫ୍ ଚମ୍ପିଆନ ହୋଇଥିଲା ଟିମ ଇଣ୍ଡିଆ । କଙ୍ଗସ କପ ଫୁଟବଲରେ ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ଭାରତକୁ ନିରାଶ ହେବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.