ଲସ୍ ଏଞ୍ଜେଲସ୍: ବିଶ୍ବରେ ବ୍ୟାପିଥିବା ମାରାତ୍ମକ କୋରୋନା ଭାଇରସ ପ୍ରଭାବରେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଏହା ପରେ ଅଲମ୍ପିକ୍ର ପାଳି ପଡିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେବେ ଆଗାମୀ ଜୁଲାଇ 24ରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକକୁ ନେଇ ଏବେ ମଧ୍ୟ ଅନିଶ୍ଚିତତା ଜାରି ରହିଛି ।

ଇତିମଧ୍ୟରେ ମଙ୍ଗଳବାର ପୁଣି ମୁହଁ ଖୋଲିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓସି) । ଆସୋସିଏସନର ବରିଷ୍ଠ ଅଧିକାରୀ ଡିକ୍ ପାଉଣ୍ଡ କହିଛନ୍ତି ସାରା ବିଶ୍ବରେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସର ସ୍ଥଗିତ ରଖିବା ଅନିବାର୍ଯ୍ୟ ହୋଇପଡିଛି । ମାତ୍ର ଏହାକୁ ଖଣ୍ଡନ କରିଛି ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ।

ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି ଯେ, ଆମେ ଆଇଓସି ସ୍ଥଗିତ ରଖିବା ବିଷୟରେ କୌଣସି ଅଫିସିଆଲ୍ ଡକ୍ୟୁମେଣ୍ଟ୍ ପାଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆଇଓସିର ଅଫିସିଆଲ୍ ଷ୍ଟାଣ୍ଡ ହେଉଛି ଯେ ସେମାନେ ଚାରି ସପ୍ତାହ ମଧ୍ୟରେ ଅଲିମ୍ପିକ୍ ଗେମ୍ସ ଉପରେ ନିଷ୍ପତ୍ତି ନେବେ । ଆଉ ପାଉଣ୍ଡ ଦେଇଥିବା ବିବୃତ୍ତି ମୁଁ ଅଫିସିଆଲ୍ସ ବୋଲି ବିଚାର କରୁନାହିଁ ।’’
ଆଜି ଆମେରିକାକୁ ଦେଇଥିବା ଏକ ସାକ୍ଷାତକାରରେ ପାଉଣ୍ଡ କହିଛନ୍ତି ଯେ, ଆଇଓସିର ସୂଚନା ଆଧାରରେ ଅଲମ୍ପିକ୍ର ସ୍ଥଗିତାଦେଶ ନିଷ୍ପତ୍ତି ନିଆଯାଇଛି । ତେବେ ଆଗକୁ ଏହା ଉପରେ ଅଧିକ ଆଲୋଚନା କରଯିବ । କିନ୍ତୁ 24 ଜୁଲାଇରୁ ଖେଳ ଆରମ୍ଭ ହେବ ନାହିଁ ।