ETV Bharat / sports

ବ୍ରିସବେନରେ ଆୟୋଜିତ ହେବ 2032 ଅଲିମ୍ପିକ

author img

By

Published : Jul 22, 2021, 12:03 PM IST

2032 ଅଲିମ୍ପିକ ବ୍ରିସବେନରେ ଆୟୋଜିତ ହେବ । ଏ ନେଇ ଗତକାଲି ଆନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ବ୍ରିସବେନରେ ଆୟୋଜିତ ହେବ 2032 ଅଲମ୍ପିକ
ବ୍ରିସବେନରେ ଆୟୋଜିତ ହେବ 2032 ଅଲମ୍ପିକ

ଟୋକିଓ: 2032 ଅଲମ୍ପିକ ବ୍ରିସବେନରେ ଆୟୋଜିତ ହେବ । ଏନେଇ ଗତକାଲି ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି । IOC ସଦସ୍ୟଙ୍କ ପକ୍ଷରୁ ଗତକାଲି 138ତମ ଅଧିବେଶନରେ ନିଷ୍ପତ୍ତି ହୋଇଥିବା ଆଇଓସି ଟ୍ବିଟ କରି ସୂଚନା ଦେଇଛି ।

ବ୍ରିସବେନରେ 2032 ଅଲମ୍ପିକ ଆୟୋଜିତ ହେବା ନେଇ ଏକ ଭୋଟ କରାଯାଇଥିଲା । ଯେଉଁଥିରେ 80ଟି ଭୋର୍ଟ କାର୍ଡ ବଣ୍ଟା ଯାଇଥିଲା । ଫଳାଫଳ ଅନୁସାରେ 77ଟି ଉପଯୁକ୍ତ ଭୋଟ ଆସିଥିଲା । ଏଥିରୁ 72ଜଣଙ୍କ ମତ ସପକ୍ଷରେ ଥିବାବେଳେ 5ଜଣ ନାଁ କହିଥିଲେ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ 2032 ଅଲିମ୍ପିକ ବ୍ରିସବେନରେ ଆୟୋଜିତ ହେବାକୁ ନିଷ୍ପତ୍ତି ହୋଇଛି ।

ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ (EB) ଜୁନ୍ ମାସରେ ବ୍ରିସବେନକୁ 2032 ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନେଇଥିଲା । ଆଇଓସି ଏକ ସରକାରୀ ବିବୃତ୍ତିରେ କହିଛି, ଏହି ନିଷ୍ପତ୍ତି ଅଲମ୍ପିକ ଖେଳ ପାଇଁ ଭବିଷ୍ୟତ ହୋଷ୍ଟ କମିଶନଙ୍କ ସୁପାରିଶ ପରେ ହୋଇଥିଲା । ଏ ନେଇ ଟୋକିଓରେ ଅନୁଷ୍ଠିତ 138ତମ ଅଧିବେଶନରେ ମତଦାନ ହେବା ନେଇ IOC ବିବୃତ୍ତିରେ ପ୍ରକାଶ କରିଥିଲା ।

ଆଇଓସି ସଭାପତି ଥୋମାସ୍ ବାଚ୍ ଏକ ସରକାରୀ ବିବୃତ୍ତିରେ କହିଛନ୍ତି, ବିଶ୍ବ ଅନେକ ସରକାର ସେମାନଙ୍କ ଦେଶ ତଥା ଅଞ୍ଚଳର ବିକାଶ ପାଇଁ କ୍ରୀଡାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରନ୍ତି । ଖେଳର ଶକ୍ତି ଯେ କେତେ ତାହା ବ୍ରିସବେନ୍ 2032 ଅଲମ୍ପିକରୁ ଜଣାପଡିବ । ଅଲିମ୍ପିଆଡ୍ ଗେମ୍ସ ପାଇଁ ଫ୍ୟୁଚର ହୋଷ୍ଟ ଆୟୋଗର ଚେୟାରମ୍ୟାନ୍ କ୍ରିଷ୍ଟିନ କ୍ଲୋଷ୍ଟର ଆସେନ୍ କହିଛନ୍ତି ଯେ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ସ ପାଇଁ ସେମାନଙ୍କର ଦୂରଦୃଷ୍ଟି, ଧାରଣା ଏବଂ ଯୋଜନା ଗୁଡିକ କିପରି ସମାନ ହୋଇପାରିବ ସେ ସମ୍ବନ୍ଧରେ ଅନୁସନ୍ଧାନ କରିବା ପାଇଁ ଆମ ଆୟୋଗ ବ୍ରିସବେନ୍ 2032 ସହିତ ମିଳିତ ଭାବରେ କାର୍ଯ୍ୟ କରିବୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.