ETV Bharat / sports

ଅଲମ୍ପିକ ଦିବସର ନେତୃତ୍ବ ନେବାକୁ ପଦକ ବିଜେତାଙ୍କୁ IOAର ଅନୁରୋଧ

ଜୁନ 23ରେ ଅଲମ୍ପିକ ଦିବସ ପାଳନ ଅବସରରେ ସମସ୍ତ ଅଲମ୍ପିକ ପଦକ ବିଜେତାଙ୍କୁ ଏହାର ନେତୃତ୍ବ ନେବା ପାଇଁ ଅନୁରୋଧ କରିଛି ଭାରତୀୟ ଅଲମ୍ପିକଦ କମିଟି । ଅଧିକ ପଢ଼ନ୍ତୁ...

author img

By

Published : Jun 21, 2020, 2:52 AM IST

IOA urges Oly medalists to lead Olympic Day, Olympic Day celebrations, ପଦକ ବିଜେତାଙ୍କୁ IOAର ଅନୁରୋଧ, ଅଲମ୍ପିକ ଦିବସ, ଅଲମ୍ପିକ ପଦକ ବିଜେତା
ଅଲମ୍ପିକ ଦିବସର ନେତୃତ୍ବ ନେବାକୁ ପଦକ ବିଜେତାଙ୍କୁ IOAର ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଶନିବାର ଦେଶର ଅଲିମ୍ପିକ ପଦକ ବିଜେତା, ଅଲିମ୍ପିଆନ୍, ଜାତୀୟ କ୍ରୀଡ଼ା ଫେଡେରେସନ୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଜୁନ 23ରେ ଅଲିମ୍ପିକ ଦିବସ ପାଳନ କରିବାରେ ନେତୃତ୍ବ ନେବାକୁ ଅନୁରୋଧ କରିଛି।

ଆଇଓଏ ସଭାପତି ନରିନ୍ଦର ବତ୍ରା ଏକ ବିବୃତ୍ତିରେ କହିଛନ୍ତି ଯେ କିଛି ଯୋଜନା ଭାରତର ଜାତୀୟ ଅଲିମ୍ପିକ୍ ସଂସ୍ଥା ସହ ଆଲୋଚନା ହୋଇସାରିଛି। ସେ କହିଛନ୍ତି ଯେ କରୋନାଭାଇରସ ମହାମାରୀ ହେତୁ ଲକଡାଉନ ତଥା ସାମାଜିକ ଦୂରତା ନିୟମ ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇପାରିବ।

‘‘ଅସଂଖ୍ୟ ଉପାୟ ଅଛି ଯେଉଁଥିରେ ଆମେ ସାମାଜିକ-ଦୂରତା ପ୍ରତିବନ୍ଧକ ଥାଇ ମଧ୍ୟ ଏହା କରିପାରିବା। ଏହା ଶାରୀରିକ କାର୍ଯ୍ୟକଳାପ ହୋଇପାରେ ଯାହା ଆମ ସମସ୍ତେ ଗ୍ରହଣ କରୁ। ଏହା ଅଲିମ୍ପିକ ଖେଳକୁ ଉତ୍ସାହିତ ମଧ୍ୟ କରିପାରେ। ନିଶ୍ଚିତ କରନ୍ତୁ ଯେ ଆପଣ ଅଲିମ୍ପିକ ଦିବସ କାର୍ଯ୍ୟକ୍ରମ ଯୋଜନା କରିବା ସହ ସରକାରଙ୍କ ନିୟମ ମଧ୍ୟ ମାନିବେ,’’ ବୋଲି କହିଛନ୍ତି ବତ୍ରା ।

‘‘ମୁଁ ପୁଣି ଥରେ ଭାରତର ଅଲିମ୍ପିକ ପଦକ ବିଜେତା ଏବଂ ଅଲିମ୍ପିଆନ ମାନଙ୍କୁ ଏହି ଉତ୍ସବର ନେତୃତ୍ବ ନେବାକୁ ଅନୁରୋଧ କରୁଛି। ମୁଁ ନିଶ୍ଚିତ ଯେ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ ଅଫ ଅଲମ୍ପିକ ସୋର୍ଟ୍ସ ଓ ରାଜ୍ୟ ଅଲିମ୍ପିକ ଆସୋସିଏସନ ସେମାନଙ୍କ ଆଥଲେଟ ତଥା ସହାୟକ କର୍ମଚାରୀଙ୍କୁ ଅଲିମ୍ପିକ ଦିବସ କାର୍ଯ୍ୟକଳାପରେ ଭାଗ ନେବାକୁ ଉତ୍ସାହିତ କରିବେ । ଆମର ଶିକ୍ଷାନୁଷ୍ଠାନଗୁଡିକ ଛାତ୍ର ମାନଙ୍କୁ ଏଥିରେ ସାମିଲ କରୁଥିବେ ଦେଖିବା ଅତ୍ୟନ୍ତ ଆନନ୍ଦ ଦାୟକ ହେବ ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.