ETV Bharat / sports

ଭାରତୀୟ ଅଲମ୍ପିକ ଆସୋସିଏସନରୁ ହଟିବ ଚାଇନିଜ ପ୍ରାୟୋଜକ, ଖୁବଶୀଘ୍ର ବୈଠକ

author img

By

Published : Jun 19, 2020, 11:57 AM IST

ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ରୁ ହଟିବ ଚାଇନିଜ ପ୍ରାୟୋଜକ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଆଇଓଏ କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ ।

IOA to discuss cutting ties with Chinese sponsors in next executive committee meeting
IOA

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ରୁ ହଟିବ ଚାଇନିଜ ପ୍ରାୟୋଜକ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଆଇଓଏ କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ । ଏଥିସହିତ ଆଗାମୀ କାର୍ଯ୍ୟନିବାହୀ କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ଭାରତୀୟ ଅଲମ୍ପିକ ଆସୋସିଏସନ କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ

"ଚାଇନିଜ ପ୍ରାୟୋଜକଙ୍କୁ ବାଦ୍ ଦେବା ନିଷ୍ପତି ଏକାକି ନିଆଯାଇପାରିବ ନାହିଁ । ଭାରତୀୟ ଅଲମ୍ପିକ ଆସୋସିଏସନର ସମସ୍ତ କାର୍ଯ୍ୟନିବାହୀ ଅଧିକାରୀଙ୍କ ମଧ୍ୟରେ ମିଳିତ ବୈଠକ ହେବାପରେ ନିଷ୍ପତି ନିଆଯିବ ।" ଏହା କହିଛନ୍ତି କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ ।

ଭାରତ-ଚୀନ ସୀମା ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ, ଗତ ଜୁନ 16 ତାରିଖରେ ଭାରତ ଓ ଚୀନର ସେନା ମୁହାମୁହିଁ ହୋଇଥିଲେ । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ ଜଣେ କମାଣ୍ଡିଂ ଅଫିସରଙ୍କ ସମେତ 43ଜଣ ଜବାନ ମୃତାହତ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆନ୍ଦୋଳନ, ପୋଡାଜଳା ସହ ଚାଇନା ଜିନିଷ ବର୍ଜନ ପାଇଁ ଦାବି ହୋଇଛି । ଅନେକ ଭାରତୀୟ ବୁଦ୍ଧିଜୀବୀ ଭାରତରେ ଚାଇନାର ନିବେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଜୁନ 19) ସୀମା ସ୍ଥିତି ନେଇ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.