ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ଲଢିବେ ପିଟି ଉଷା - ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ଲଢିବେ ପିଟି ଉଷା

କିମ୍ବଦନ୍ତୀ ଆଥଲେଟ ପିଟି ଉଷା ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ioa chief pt usha
ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ଲଢିବେ ପିଟି ଉଷା
author img

By ETV Bharat Odisha Team

Published : Aug 31, 2023, 8:23 AM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷା ତଥା କିମ୍ବଦନ୍ତୀ ଆଥଲେଟ ପିଟି ଉଷା କ୍ରୀଡା ପ୍ରଶାସକ ଭାବେ ଆଉ ପାଦେ ଆଗକୁ ବଢିବାକୁ ଯାଉଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନରେ ଉପସଭାପତି ପଦ ପାଇଁ ନିର୍ବାଚନ ଲଢିବେ ପିଟି ଉଷା । ରାଜ୍ୟ ଗୋଷ୍ଠୀ କ୍ରୀଡା ଫେଡେରେସନର ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଆଇଓଏ ସଭାପତି ଥିବା ପିଟି ଉଷା ଉପସଭାପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

14 ଓ 15 ସେପ୍ଟେମ୍ବରରେ ସିଙ୍ଗାପୁରରେ ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ନିର୍ବାଚନ ହେବ । ଏଥିରେ ସଭାପତି, ଉପସଭାପତି, ଆଞ୍ଚଳିକ ଉପସଭାପତି ଏବଂ କ୍ରୀଡା କମିଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ । ସମସ୍ତ ନିର୍ବାଚିତ ପ୍ରତିନିଧି ଆଗାମୀ 4 ବର୍ଷ ଯାଏ କାର୍ଯ୍ୟ ତୁଲାଇବେ । 59 ବର୍ଷୀୟ ପିଟି ଉଷାଙ୍କ ସମେତ ଦକ୍ଷିଣ ଆଫ୍ରିକାର ବ୍ୟାରୀ ହେଣ୍ଡ୍ରିକ୍ସ, ବାର୍ବାଡସର ସାନ୍ଦ୍ରା ଓସବୋର୍ନୋ, କନାଡାର ରିଟାର୍ଡ ପାୱାର, ସ୍କଟଲାଣ୍ଡର ଇଆନ ରିଡ ଓ ଉଗାଣ୍ଡାର ରୁକା ଉପସଭାପତି ଦୌଡରେ ରହିଛନ୍ତି । ସେହିପରି ଆଞ୍ଚଳିତ ଉପସଭାପତି ପଦରେ ସିଙ୍ଗାପୁରର ଖ୍ରୀଷ୍ଟଫର, ଶ୍ରୀଲଙ୍ଗାରୁ ମ୍ୟାକ୍ସୱେଲ ଡିସିଲଭା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସିଜିଏଫ ସଭାପତି ପାଇଁ ୱେଲ୍ଡର କ୍ରିସ ଜେଙ୍କିନସ ଓ ନ୍ୟୁଜିଲାଣ୍ଡର କେରିନ ସ୍ମିଥଙ୍କ ମଧ୍ୟରେ ଲଢେଇ ହେବ ।

ଏହା ବି ପଢନ୍ତୁ...ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ

ଏହା ବି ପଢନ୍ତୁ...କିମ୍ବଦନ୍ତୀ ଆଥଲେଟ ପିଟି ଉଷା IOA ସଭାପତି, କହିଲେ କେବେ ଭାବି ନଥିଲି

ପ୍ରକାଶ ଥାଉ କି, ଦୌଡରାଣୀ ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି । ଗତବର୍ଷ ଡିସେମ୍ବର 22 ତାରିଖକୁ ତାଙ୍କୁ ଆଇଓଏ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଆଇଓଏ ସଭାପତି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ ମହିଳା ଥିଲେ ।

ଷ୍ଟାର ଧାବିକା ପିଟି ଉଷା ଭାରତର ଜଣେ ମହାନତମ ଆଥଲେଟ । ପିଟି ଉଷା ଭାରତକୁ ଏସିଆନ ଗେମ୍ସରେ 4ଟି ସ୍ବର୍ଣ୍ଣ ଓ 7ଟି ରୌପ୍ୟ ପଦକ ଭେଟି ଦେଇଥିଲେ । ଲସ୍ ଆଞ୍ଜେଲସ୍‌ରେ ତାଙ୍କର ଟାଇମିଂ ଥିଲା 55.42 ସେକେଣ୍ଡ ଯାହାକି ଅତୁଟ ରହିଛି । ପିଟି ଉଷା ଭାରତୀୟ ଜନତା ପାର୍ଟି ଦ୍ବାରା ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.