ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କ ଘରେ ପାଦ ପକାଇଛି କୋରୋନା ଭାଇରସ । ପିତାଙ୍କ ସମେତ ଘରେ ରହି କାମ କରୁଥିବା 4କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ରହିଥିବା ଜଣାଇଛନ୍ତି ନରିନ୍ଦର ବାତ୍ରା । ଏହି 4ଜଣଙ୍କ ମଧ୍ୟରରେ ଦୁଇଜଣ ସିକ୍ୟୁରିଟି ଗାର୍ଡ ଓ ଦୁଇଜଣ ପିତାଙ୍କ ଆଟେଣ୍ଟାଟ ରହିଛନ୍ତି ।

ଏଥିସହିତ ଅନ୍ୟ ଦୁଇଜଣ ନୂଆଦିଲ୍ଲୀ ଅଫିସ କର୍ମଚାରୀ ଓ ଫରିଦାବାଦ ଅଫିସ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ନିଜର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବାତ୍ରା ସୂଚନା ଦେଇଛନ୍ତି ।
ପିତାଙ୍କ ସମେତ ପଜିଟିଭ ସମସ୍ତଙ୍କୁ ବାତ୍ରା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ