ETV Bharat / sports

ବାଲୁକାକଳାରେ ପାରାଅଲମ୍ପିଆନ ଟିମକୁ ଶୁଭେଚ୍ଛା

author img

By

Published : Aug 23, 2021, 10:16 PM IST

ବାଲୁକାକଳା ମାଧ୍ୟମରେ ଟୋକିଓରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଥିବା ଭାରତୀୟ ପାରା ଅଲମ୍ପିକ ଟିମକୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଲ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ..

ବାଲୁକାକଳା ମାଧ୍ୟମରେ ଭାରତୀୟ ପାରାଅଲମ୍ପିଆନ ଟିମକୁ ଶୁଭେଚ୍ଛା

ପୁରୀ: ବାଲୁକାକଳା ମାଧ୍ୟମରେ ଟୋକିଓରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଥିବା ଭାରତୀୟ ପାରା ଅଲମ୍ପିକ ଟିମକୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଲ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି କଳା ପ୍ରଦର୍ଶନ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଟୋକିଓରେ ପାରାଲମ୍ପିକ୍ସରେ ଭାରତ ଅଧିକରୁ ଅଧିକ ପଦକ ଜିତିବ ବୋଲି ସେ ଆଶାବାଦୀ ଅଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ୫୪ ଜଣ କ୍ରୀଡ଼ାବିତ ଟୋକିଓ ପାରଲମ୍ପିକ୍ସରେ ଯୋଗ ଦେଇଛନ୍ତି । ଅଗଷ୍ଟ ୨୪ ତାରିଖରେ ପାରାଲମ୍ପିକ୍ସର ଉଦଘାଟନୀ ସମାରୋହ ଆୟୋଜନ ହେବ ।

ଟୋକିଓ ପାରାଲମ୍ପିକ୍ସରେ ଚଳିତ ଥର ଭାରତ ଅଧିକରୁ ଅଧିକ ପଦକ ହାସଲ କରିବା ନେଇ କ୍ରୀଡ଼ା ସମୀକ୍ଷକ ମତ ରଖିଛନ୍ତି । ସାରାବିଶ୍ଵରେ ଭାରତୀୟ ପାରାଲମ୍ପିଆମାନେ ଭାରତକୁ ଗର୍ବିତ କରାଇବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ସୋମବାର ସମସ୍ତ କ୍ରୀଡ଼ାବିତ୍ ଟୋକିଓରେ ପହଞ୍ଚିଛନ୍ତି । ଏହାପରେ ବିଭିନ୍ନ ମହଲରୁ ସେମାନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.