ମୁମ୍ବାଇ: ଇତିହାସ ରଚିଲେ ଯୁବ ଭାରତୀୟ ଚେସ୍ ତାରକା ନିହାଲ ସରିନ । 16 ବର୍ଷୀୟା ସରିନ ଗୁରୁବାର ସର୍ବିୟା ଓପନ ଟାଇଟେଲ ବିଜେତା ହୋଇଛନ୍ତି । ଏଥିସହ ସର୍ବିୟାରେ କ୍ରମାଗତ ଦ୍ବିତୀୟ ଟୁର୍ଣ୍ଣାମେଣ୍ଟ ବିଜୟ ସହ ଶୀର୍ଷ 100 ସ୍ଥାନ ମଧ୍ୟରେ ପ୍ରବେଶ କରିଛନ୍ତି ସରିନ ।
-
CHAMPION AGAIN!! https://t.co/YRujpNCjfO
— Chess.com - India (@chesscom_in) July 8, 2021 " class="align-text-top noRightClick twitterSection" data="
">CHAMPION AGAIN!! https://t.co/YRujpNCjfO
— Chess.com - India (@chesscom_in) July 8, 2021CHAMPION AGAIN!! https://t.co/YRujpNCjfO
— Chess.com - India (@chesscom_in) July 8, 2021
ଅପରାଜିତ 7.5/9 ପ୍ରଦର୍ଶନ ସହ ନିହାଲ ସରିନ ସର୍ବିୟା ଓପନ ଟେଇଟେଲ ନିଜ ନାମରେ କରିଛନ୍ତି । ଅନ୍ୟପଟେ 14 ବର୍ଷୀୟ ଆଦିତ୍ୟ ମିତ୍ତଲ ପ୍ରଥମ ଗ୍ରାଣ୍ଡମାଷ୍ଟର ଟାଇଟେଲ ହାସଲ କରିଛନ୍ତି । ଚଳିତ ସର୍ବିୟା ଓପନରେ ଏହି ସଫଳତା ହାସଲ କରିଛନ୍ତି ଆଦିତ୍ୟ ।
ଜୁନ ମାସରେ ଅଭିମନ୍ୟୁ ମିଶ୍ର ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ହେବାର ରେକର୍ଡ କରିଥିଲେ । 12ବର୍ଷୀୟ ଅଭିମନ୍ୟୁ ବୁଦାପେଷ୍ଟରେ ଗ୍ରାଣ୍ଡମାଷ୍ଟର ତୃତୀୟ ନର୍ମ ପୂରଣ କରିବା ପରେ ଆବଶ୍ୟକୀୟ ରେଟିଂ ପଏଣ୍ଟ ହାସଲ କରି ଇତିହାସ ରଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ