ETV Bharat / sports

Asian Games 2023: ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଛୁଇଁଲା, ମହିଳା କବାଡିରେ ସ୍ବର୍ଣ୍ଣ

ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ମହିଳା କବାଡିରେ ସ୍ବର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା 100 ଛୁଇଁଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 7, 2023, 8:44 AM IST

Updated : Oct 7, 2023, 10:24 AM IST

Etv Bharat
Etv Bharat

ହଙ୍ଗଝୌ: 19ତମ ଏସୀୟ କ୍ରୀଡାର 14ତମ ଦିନରେ ଭାରତର ପଦକ ବର୍ଷା । ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଏସୀୟ କ୍ରୀଡାରେ 100 ଛୁଇଁଲା ଭାରତର ପଦକ ସଂଖ୍ୟା । ମହିଳା କବାଡି ଫାଇନାଲ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଦକ ସଂଖ୍ୟା ଶତକ ଛୁଇଁଛି । ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ଏହି ସଫଳତା ପାଇଛି । ଆଜି ସକାଳୁ ସକାଳୁ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ବର୍ଷା ହୋଇଛି । ତୀରନ୍ଦାଜରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ ପରେ ମହିଳା କବାଡି ଟିମ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ଥର ପାଇଁ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ଶହେରେ ପହଞ୍ଚିଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ-Asian Games 2023: ତୀରନ୍ଦାଜରେ ଭାରତକୁ ଆଉ ଦୁଇଟି ସ୍ବର୍ଣ୍ଣ

ଚାଇନିଜ ତାଇପେଇକୁ ହରାଇ ଭାରତ ବିଜୟୀ ହୋଇଛି । ମହିଳା ଦଳର ପରିଶ୍ରମ, ଦକ୍ଷତା, ଦୃଢତା ଦେଶ ପାଇଁ ଗୌରବ ଆଣିଛି । ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡାରେ ଭାରତ 25ଟି ସ୍ବର୍ଣ୍ଣ, 35ରୌପ୍ୟ ଓ 40ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଏସୀୟ କ୍ରୀଡାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଚମତ୍କାରପୂର୍ଣ୍ଣ ରହି ଆସିଛି । ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛନ୍ତି ଭାରତୀୟ କ୍ରୀଡାବିତ । ଯେଉଁଥିପାଇଁ 14 ତମ ଦିନରେ ଭାରତର ପଦକ ସଂଖ୍ୟା 100 ଛୁଇଁଛି ।

ଆଜି ତୀରନ୍ଦାଜରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ମହିଳା ଓ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଷ୍ଟାର ଜ୍ୟୋତି ସୁରେଖା ଓ ପ୍ରବୀଣ ଓଜାସ ଡେଓଟେଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଅଭିଶେଖ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଇଣ୍ଡୋନେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଗୋପୀଚାନ୍ଦ ସ୍ୱାମୀ ।

ଏହା ମଧ୍ୟ ପଢନ୍ତୁ-Asian Games 2023: କ୍ରିକେଟରେ ଆଜି ଫାଇନାଲ ମୁକାବିଲା, ମୁହାଁମୁହିଁ ହେବ ଭାରତ ଓ ଆଫଗାନିସ୍ତାନ

ପ୍ରକାଶ ଥାଉକି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ମୋଟ 100 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡାରେ 100ଟି ପଦକ ହାସଲ କରି ଇତିହାସ ରଚିଛି ଭାରତ । 2018ରେ ଭାରତ 70ଟି ପଦକ ହାସଲ କରିଥିଲା ।

Last Updated : Oct 7, 2023, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.