ETV Bharat / sports

FIG Hockey Pro League: ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷିତ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷିତ

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳ FIH ହକି ପ୍ରୋ ଲିଗ୍‌ର ଡବଲ ହେଡର ମ୍ୟାଚ୍‌ରେ ଆର୍ଜଣ୍ଟିନାକୁ ଭେଟିବ । ଏଥିପାଇଁ ୨୨ ଜଣିଆ ଦଳ ଘୋଷଣା କରିଛି ହକି ସଂଘ । ଅଧିକ ପଢ଼ନ୍ତୁ

FIG Hockey Pro League: ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷିତ

author img

By

Published : Mar 16, 2022, 10:48 PM IST

ନୂଆଦିଲ୍ଲୀ: କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳ FIH ହକି ପ୍ରୋ ଲିଗ୍‌ର ଡବଲ ହେଡର ମ୍ୟାଚ୍‌ରେ ଆର୍ଜଣ୍ଟିନାକୁ ଭେଟିବ । ଏଥିପାଇଁ ୨୨ ଜଣିଆ ଦଳ ଘୋଷଣା କରିଛି ହକି ସଂଘ । ମାର୍ଚ୍ଚ ୧୯ ତାରିଖରୁ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍‌ ଖେଳିବ ଭାରତ ।

ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଜଣେ ନୂଆ ଚେହେରାଙ୍କୁ ସାମିଲ କରିଛି । ଏମ୍‌ ରବିଚନ୍ଦ୍ର ସିଂହ ଭାରତୀୟ ଦଳରେ ନୂଆ ଚେହେରା ଭାବରେ ସାମିଲ ହୋଇଛନ୍ତି । ସେ ପୂର୍ବରୁ ଭାରତୀୟ ଜୁନିଅର ଦଳର ସଦସ୍ୟ ରହି ସାରିଛନ୍ତି । ଦଳରେ ଦୁଇଜଣ ଗୋଲ କିପରଙ୍କୁ ସାମିଲ କରାଯାଇଛି ।

ପିଆର୍‌ ଶ୍ରୀଜେଶ, କ୍ରୀଶନ ବାହାଦୁର ପାଠକ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ହରମନପ୍ରୀତ ସିଂହ ଜୁଗରାଜ ସିଂହ, ସୁରେନ୍ଦର କୁମାର ବରୁଣ କୁମାର, ଜରମନପ୍ରୀତ ସିଂହ ଓ ଅମିତ ରୋହିଦାସ ଦଳରେ ଡିଫେଣ୍ଡର ଭାବରେ ସାମିଲ ହୋଇଛନ୍ତି । ସେହିଭଳି ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ ହାର୍ଦ୍ଦିକ ସିଂହ, ସୁମିତ, ସମଶେର ସିଂହ, ନୀଳକାନ୍ତ ଶର୍ମା ଓ ରବିଚନ୍ଦ୍ର ସିଂହ ଦଳରେ ମିଡ୍‌ ଫିଲ୍‌ଡର ଭାବରେ ସାମିଲ ହୋଇଛନ୍ତି । ଫରୱାର୍ଡ ଖେଳାଳି ଭାବରେ ଦଳରେ ଗୁରଜନ୍ତ ସିଂହ ଦଳକୁ ପ୍ରତ୍ୟାବର୍ତ୍ତନ କିରଛନ୍ତି । ମନଦୀବ ସିଂହ ଲଳିତ କୁମାଲ ଉପାଧ୍ୟାୟ, ଶିଳାନନ୍ଦ ଲାକ୍ରା, ଶୁଖଜିତ ସିଂହ, ଦୀଲପ୍ରୀତ ସିଂହ ଓ ଅଭିଶେଷ ଦଳରେ ଫରୱାର୍ଡ ଖେଳାଳି ଭାବରେ ସାମିଲ ରହିଛନ୍ତି ।

ଅତିରିକ୍ତ ଖେଳାଳି ଭାବରେ ସୁରଜ କେରକେରା, ମନଦୀପ ମୋର, ଦୀପସାନ ତିର୍କୀ, ନଲମ ସଞ୍ଜୀବ ଖେସ୍‌, ସଞ୍ଜୟ, ଜଶକରଣ ସିଂହ, ଆକାଶଦୀପ ସିଂହ, ଆଶିଷ କୁମାର ତୋପ୍ନୋ, ଗୁରସାହିବଜିତ ସିଂହ ଓ ମହମ୍ମଦ ରାହିଲ ଦଳରେ ସାମିଲ ହୋଇଛନ୍ତି । ଏହି ସିରିଜରେ ପ୍ରଦର୍ଶନକୁ ନଜରରେ ରଖି ଏସିଆନ୍‌ ଗେମ୍ସ ପାଇଁ ଦଳ ଚୟନ ହେବ ବୋଲି କହିଛନ୍ତି ଦଳର କୋଚ୍‌ ଗ୍ରାହମ ରିଡ୍‌ ।

ଏପଟେ ଓଡିଶା ଖେଳାଳି ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରାଙ୍କ ଚୟନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.