ETV Bharat / sports

ଅଭିନବ୍‌ ବିନ୍ଦ୍ରା ହାଇପରଫର୍ମାନ୍ସ ସେଣ୍ଟରରେ ରଗବୀ ଖେଳାଳିଙ୍କ ଦକ୍ଷତା ପରୀକ୍ଷା - ରଗବୀ ଖେଳାଳିଙ୍କ ଦକ୍ଷତା ପରୀକ୍ଷା

ବିଦେଶ ଗସ୍ତ କରିବା ପୂର୍ବରୁ ମଙ୍ଗାଳବାର ଭାରତୀୟ ଉଭୟ ପୁରୁଷ ଓ ମହିଳା ଦଳ ଅଭିନବ୍‌ ବିନ୍ଦ୍ରା ହାଇପରଫର୍ମାନ୍ସ ସେଣ୍ଟରରେ ନିଜର ଦକ୍ଷତା ପରୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର
author img

By

Published : Aug 6, 2019, 9:25 PM IST

ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାଠାରେ ହେବାକୁ ଥିବା "ଏସିଆନ ରଗବି ସେଭେନ ପ୍ରତିଯୋଗିତା" ପାଇଁ ଭାରତୀୟ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା ହୋଇଯାଇଛି । ତେବେ ଏହି ଖେଳାଳି ମାନେ ବିଦେଶ ଗସ୍ତ କରିବା ପୂର୍ବରୁ ମଙ୍ଗାଳବାର ଅଭିନବ୍‌ ବିନ୍ଦ୍ରା ହାଇପରଫର୍ମାନ୍ସ ସେଣ୍ଟରରେ ନିଜର ଦକ୍ଷତା ପରୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର

ଉଲ୍ଲେଖଥାଉ କି, ଜାତୀୟ ରଗବୀ ଦଳକୁ ସ୍ପନର୍ସ କରୁଥିବା ଓଡିଶା ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁବିଧା ପ୍ରଦାନ କରିଛି । ତେବେ ଖେଳାଳିମାନେ ଏହି ସେଣ୍ଟରର ବ୍ୟବହାର କରି ନିଜର ନିଜର ଦକ୍ଷତା ପରୀକ୍ଷା କରିଛନ୍ତି । ସେହିପରି ଖେଳ ସମୟରେ ଆହାତ ଜନିତ ସମସ୍ୟାରୁ କିପରି ମୁକୁଳି ପାରିବେ, ସେ ନେଇ ମଧ୍ୟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗତକାଲି ଇଣ୍ଡୋନେସିଆର ଜାକର୍ତା ଠାରେ ହେବାକୁ ଥିବା ଏସିଆ ରଗବି ସେଭେନ ପ୍ରତିଯୋଗିତା ପାଇଁ ଭାରତୀୟ ମାହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି।ଦଳ ଚୟନ ପୂର୍ବରୁ ସ୍ଥାନୀୟ କିଟ ଓ କିସ ପରିସରରେ ଆୟୋଜିତ ଟ୍ରେନିଂ ସେସନରେ ପୁର୍ଣ ପ୍ରସ୍ତୁତି କରିଛନ୍ତି ଉଭୟ ଖେଳାଳି।କିନ୍ତୁ ଆସନ୍ତାକାଲି ଦଳ ବିଦେଶ ଗସ୍ତ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଥିବା ଅଭିନବ ବିନ୍ଦ୍ରା ହାଇ ପରଫର୍ମାନ୍ସ ସେଣ୍ଟରରେ ନିଜର ଦକ୍ଷତାକୁ ପରଖି ନେଇଛନ୍ତି ସମସ୍ତ ଖେଳାଳି।

Body:ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଏହି ସେଣ୍ଟର ର ବ୍ୟବହାର କରି କିପରି ଖେଳାଳିଙ୍କର ଦକ୍ଷତା ମାପିବା ସହିତ ସେମାନଙ୍କ ରହୁଥିବା ବିଭିନ୍ନ ଶାରୀରିକ ଦୁର୍ବଳତା ସମେତ ଖେଳ ସମୟରେ ଘଟୁଥିବା ଇଂଜୁରୀ ରୁ ରିକଭରି ହେବା ପାଇଁ ଏଠାରେ ବ୍ୟବସ୍ଥା ହୋଇଛି।ଫଳରେ ଏହି ସେଣ୍ଟରରେ ଖେଳାଳୀମାନେ ଟ୍ରେନିଂ ନେବା ସହିତ ନିଜର ସାମର୍ଥ୍ୟ କୁ ପରଖିବା ଓ ଚିକିତ୍ସା ମଧ୍ୟ କରିଥିବା ଖେଳାଳିମାନେ କହିଛନ୍ତି।ଯାହାଫଳରେ ସେମାନେ ଆଗାମୀ ମ୍ୟାଚରେ ନିଜର ଉନ୍ନତ ପ୍ରଦର୍ଶନ ଦେଇ ମେଡାଲ ଜିତିବାରେ ସହାୟକ ହେବ ବୋଲି କହିଛନ୍ତି।

Conclusion:ସୂଚନାଯୋଗ୍ୟ କି ରାଜ୍ୟସରକାର ରଗବି ପାଇଁ ଏକ ସ୍ୱତନ୍ତ୍ର ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବା କଥା ଘୋଷଣା କରିଛନ୍ତି।ଯାହାକି ଆଗାମୀ 24 ମାସ ଭିତରେ କାର୍ଯ୍ୟକ୍ଷମହେବ ବୋଲି ଗତକାଲି କ୍ରୀଡା ସଚିବ ବିଶାଳ ଦେବ କହିଛନ୍ତି।ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି।ତେବେ ଏହି ସେଣ୍ଟର ହେଲେ ଅନ୍ୟ ଖେଳମାନଙ୍କ ପରି ରଗବି ଖେଳାଳିଙ୍କୁ ବହୁତ ଲାଭ ମିଳିବ ବୋଲି ଖେଳାଳିମାନେ କହିଛନ୍ତି।ତେବେ ସରକାର ଏହା ସହିତ ଓଡ଼ିଆ ରଗବି ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କ ପରି ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।ସରକାରୀ ନିୟମ ଥିବା ସତ୍ୱେ ରଗବି ଖେଳାଳି ସେହି ସୁବିଧା ପାଇବାରୁ ବଂଚିୟ ହେଉଥିବାରୁ ଏହି ଖେଳ ପ୍ରତି ପିଲାମାନଙ୍କ ସେତେ ଆଗ୍ରହ ବୃଦ୍ଧି ପାଉନଥିବ ସେମାନେ କହିଛନ୍ତି।ଏଥିପ୍ରତି ସରକାର ଦୃଷ୍ଟିଦେଲେ ଓଡିଶାରୁ ଅନେକ ରଗବି ଖେଳାଳି ସୃଷ୍ଟି ହୋଇ ପାରିବେ ବୋଲି ସେମାନେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
ବାଇଟ- ସୁଭଲକ୍ଷ୍ମୀ ବାରିକ,
ବାଇଟ-ମିରାରଣୀ ହେମ୍ବ୍ରମ
ବାଇଟ-ଭାବିଜ ବାରୁଜା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.