ETV Bharat / sports

Tokyo Olympics: ଅଷ୍ଟ୍ରେଲିଆଠୁ ହକିରେ ହାରିଲା ଭାରତ

ପୁଲ୍‌ ଏ ମୁକାବିଲାରେ ୧-୭ ଅନ୍ତରରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ । ଅଧିକ ପଢନ୍ତୁ..

INDIAN HOCKEY TEAMS CRUSHING DEFEAT
Tokyo Olympics: ଅଷ୍ଟ୍ରେଲିଆଠୁ ହକିରେ ହାରିଲା ଭାରତ
author img

By

Published : Jul 25, 2021, 5:02 PM IST

Updated : Jul 25, 2021, 5:14 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଟିମକୁ ମିଳିଛି ବଡ ପରାଜୟ । ପୁଲ୍‌ ଏ ମୁକାବିଲାରେ ଅଷ୍ଟ୍ରେଲିଆ ୭-୧ ଅନ୍ତରରେ ଭାରତକୁ ହରାଇଛି । ଭାରତୀୟ ଟିମ ଆରମ୍ଭରୁ ମ୍ୟାଚ୍‌ରେ ପଛୁଆ ହୋଇଯାଇଥିଲା । ପରେ ଅଷ୍ଟ୍ରେଲୀୟ ଖେଳାଳି କମବ୍ୟାକ କରିବାକୁ ମନପ୍ରୀତ ବାହିନୀକୁ ସୁଯୋଗ ଦେଇନଥିଲେ । ଭାରତୀୟ ଟିମ ଚଳିତ ଟୋକିଓ ଅଲମ୍ପିକ୍‌ରେ ଏଯାବତ ଦୁଇଟି ମ୍ୟାଚ୍‌ ଖେଳିଛି, ଯେଉଁଥିରେ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ମିଳିଛି ।

ଭାରତୀୟ ଟିମ ପରବର୍ତ୍ତୀ ମୁକାବିଲା ଆର୍ଜେଣ୍ଟିନା ଓ ଜାପାନ ବିପକ୍ଷରେ ଖେଳିବାନେଇ ସୂଚୀ ରହିଛି । ମଙ୍ଗଳବାର, ସ୍ପେନ ବିପକ୍ଷରେ ଖେଳିବ ମନପ୍ରୀତ ବାହିନୀ । ପୂର୍ବରୁ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ଶନିବାର ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ହକି ଟିମ ଇଣ୍ଡିଆ ।

ମ୍ୟାଚର ୩୪ତମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ଦିଲପ୍ରୀତ ସିଂହ କରିଥିଲେ ।

ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ନିୟମିତ ବ୍ୟବଧାନରେ ଗୋଲ୍‌ କରିଥିଲା । ଟିମ ପକ୍ଷରୁ ଡାନିଏଲ ବେଇଲ(୧୦ମ ମିନିଟ), ଜୋଷୁଆ ବେଲଟଜ(୨୬ତମ), ଆଣ୍ଡ୍ରିୟୁ ଫ୍ଲିନ ଓଗଲିଭି(୨୩ତମ), ଜେରେମି ହେୱାର୍ଡ(୨୧ତମ), ବ୍ଲେକ ଗୋଭର୍ସ(୪୦ତମ, ୪୨ତମ) ଓ ଟିମ ବ୍ରାଣ୍ଡ(୫୧ତମ) ମିନିଟରେ ଗୋଲ୍‌ କରିଥିଲେ । ଏହା ଅଷ୍ଟ୍ରେଲିଆର କ୍ରମାଗତ ଦ୍ବିତୀୟ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.