ETV Bharat / sports

Hockey World Cup 2023: ବଡ଼ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବୁ କହିଲେ ଅଧିନାୟକ ହରମନପ୍ରୀତ

ଗୁରୁବାର ୱେଲ୍ସ ବିପକ୍ଷରେ ବିଜୟ ଲକ୍ଷ୍ୟରେ ମୈଦାନ ଓହ୍ଲାଇବ ଟିମ ଇଣ୍ଡିଆ । କ୍ବାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ୍‌ ଭାରତକୁ ଜିତିବା ନିହାତି ଜରୁରୀ ହୋଇପଡ଼ିଛି । ତେବେ ଏହି ମ୍ୟାଚ୍‌ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଦଳର କୋଚ ଗ୍ରାହମ୍ ରିଡ ଓ ଅଧିନାୟକ ହରମନପ୍ରୀତ ସିଂହ । ଅଧିକ ପଢ଼ନ୍ତୁ

author img

By

Published : Jan 18, 2023, 9:48 PM IST

ହକି ଦଳର ପ୍ରେସ ମିଟ
ହକି ଦଳର ପ୍ରେସ ମିଟ
ହକି ଦଳର ପ୍ରେସ ମିଟ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ହକି ବିଶ୍ବକପ ୨୦୨୩ରେ ଗୁରୁବାର ପ୍ରଥମ ଥର ପାଇଁ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହା ପୁଲ ପର୍ଯ୍ୟାୟରେ ଭାରତର ଶେଷ ମ୍ୟାଚ । ଏହି ମ୍ୟାଚ୍‌ରେ ୱେଲ୍ସ ସହିତ ମୁହାଁମୁହିଁ ହେବ ଭାରତ । ତେବେ କ୍ବାର୍ଟର ଫାଇନାଲକୁ କ୍ବାଲିଫାଇ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ସେଥିପାଇଁ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସେପଟେ ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଭାରତୀୟ ହକି ଦଳର କୋଚ ଗ୍ରାହମ୍ ରିଡ ଓ ଅଧିନାୟକ ହରମନପ୍ରୀତ ସିଂହ । ବିଶ୍ବକପର ପ୍ରଥମ ମ୍ୟାଚରେ ସ୍ପେନ୍ ଠାରୁ ୨-୦ରେ ଜିତିଛି ଭାରତୀୟ ଦଳ । କିନ୍ତୁ ଇଂଲଣ୍ଡ ସହିତ କଡ଼ା ସଙ୍ଘର୍ଶ ପରେ ମ୍ୟାଚ୍ ଡ୍ର ହେଇଥିଲା । ତେବେ ଉଭୟ ମ୍ୟାଚ୍‌ରେ ଦଳ ପେନାଲ୍‌ଟି କର୍ଣ୍ଣରକୁ ଗୋଲ କରିପାରୁନଥିବା ଦେଖିବାକୁ ମିଳିଛି ।

ତେବେ ଦଳ ପାଉଥିବା ପେନାଲ୍‌ଟି କର୍ଣ୍ଣରର ଫାଇଦା ଉଠାଇ ନପାରିବା ଏପର୍ଯ୍ୟନ୍ତ ଦଳ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି । ଅନ୍ୟପଟେ ଦଳକୁ ୱେଲ୍ସ ବିପକ୍ଷରେ ଅଧିକ ମାର୍ଜିନରେ ଜିତିବା ନିହାତି ଜରୁରୀ ହୋଇପଡ଼ିଛି । ତେବେ ଗୁରୁବାର ସର୍ବାଧିକ ଗୋଲ୍‌ ସ୍କୋର୍‌ କରି ଟେବୁଲ୍ ଟପ୍ କରିବାକୁ ଲକ୍ଷ୍ୟ ରଖି ମୌଦାନକୁ ଓହ୍ଲାଇବୁ ବୋଲି ଦଳର ଅଧିନାୟକ ହରମନପ୍ରୀତ୍ ସିଂହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.