ETV Bharat / sports

Hockey World Cup: ଭାରତୀୟ ହକିର ସ୍ବର୍ଣ୍ଣିମ ଇତିହାସ, ହିଟଲର ହୋଇଥିଲେ ପ୍ରଭାବିତ - team india performance in hockey world cup

ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟ୍ରଫି ଭୋକିଲା ରହିଛି ଭାରତ । ଶେଷ ଥର ପାଇଁ ୧୯୭୫ ମସିହାରେ ବିଶ୍ବ ଚମ୍ପିଆନ ହୋଇଥିଲା ଭାରତ । ଅଧିକ ପଢନ୍ତୁ

ଭାରତୀୟ ହକିର ସ୍ବର୍ଣ୍ଣିମ ଇତିହାସ
ଭାରତୀୟ ହକିର ସ୍ବର୍ଣ୍ଣିମ ଇତିହାସ
author img

By

Published : Jan 8, 2023, 8:58 PM IST

ହାଇଦ୍ରାବାଦ: ଜାନୁଆରୀ ୧୩ରୁ ୧୫ତମ ହକି ବିଶ୍ବକପ ସଂସ୍କରଣ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାକୁମ୍ଭରେ ଭାରତ ଚମ୍ପିଆନ ହେବା ନେଇ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ରହିଛି । ହକି ବିଶ୍ବକପରେ ଭାରତ ଦୁଇଥର ଫାଇନାଲରେ ପହଁଞ୍ଚିଥିଲା । ବର୍ଷ ୧୯୭୩ରେ ଖେଳାଯାଇଥିବା ହକି ବିଶ୍ବକପରେ ନେଦରଲାଣ୍ଡସ ଭାରତକୁ ପେନାଲ୍ଟି ସୁଟ ଆଉଟରେ ୪-୨ରେ ପରାସ୍ତ କରିଥିଲା । ଏହି ବର୍ଷ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହା ପରେ ବର୍ଷ ୧୯୭୫ ମସିହାରେ ହକି ବିଶ୍ବକପରେ ଫାଇନାଲ ଟିକଟ ହାତେଇ ବିଶ୍ବ ବିଜେତା ହୋଇଥିଲା ଭାରତ । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ୱକପ ଟ୍ରଫି ଭୋକିଲା ରହିଛି ଭାରତ । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଏଥର ବିଶ୍ବକପ ହାତେଇବା ନେଇ ଆଶା ରଖିଛି ।

ଅଲମ୍ପିକରେ ଭାରତୀୟ ହକିର ରେକର୍ଡ - ଭାରତ ଏମ୍ସଟର୍ଡମ ଅଲମ୍ପିକରେ ବର୍ଷ ୧୯୨୮ରେ ପ୍ରଥମ ଥର ଅଂଶଗ୍ରହଣ କରିବା ସହିତ ପଦକ ହାସଲ କରିବାର ସଫଳ ରହିଥିଲା । ଭାରତୀୟ ହକି ଟିମ ବର୍ଷ ୧୯୨୮ରୁ ବର୍ଷ ୧୯୫୬ ପର୍ଯ୍ୟନ୍ତ ଅଲମ୍ପିକ ଚମ୍ପିଆନ ରହିବା ସହିତ ଲଗାତାର ୬ ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।

ହିଟଲରଙ୍କ ସାମ୍ନାରେ ଜର୍ମାନୀକୁ ପରାସ୍ତ କରିଥିଲା ଭାରତ - ବର୍ଷ ୧୯୩୬ରେ ଜର୍ମାନୀରେ ଖେଳାଯାଇଥିବା ଅଲମ୍ପିକ ଫାଇନାଲ ମ୍ୟାଚ ଦେଖିବା ପାଇଁ ପହଁଞ୍ଚିଥିଲେ ଏଡୋଲ୍ଫ ହିଟଲର । ଭାରତ ବନାମ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଏହି ଫାଇନାଲରେ ମ୍ୟାଚରେ ଜର୍ମାନୀକୁ ୮-୧ ଗୋଲରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଥିଲା ଭାରତ । ଏହି ମ୍ୟାଚ ଦେଖିବା ପରେ ହିଟଲର ଭାରତୀୟ ହକି ଟିମ ପ୍ରତି ବେଶ୍ ପ୍ରଭାବିତ ହୋଇଥିଲେ ।

ରୋମ ଅଲମ୍ପିକ୍ସରେ ଭାରତୀୟ ହକିର ରୌପ୍ୟ ପଦକ ହାସଲ - ବର୍ଷ ୧୯୬୦ରେ ଖେଳାଯାଇଥିବା ରୋମ ଅଲମ୍ପିକରେ ଭାରତ ରୌପ୍ୟ ପଦକ ଜିତି ପୋଡିୟମରେ ଦ୍ବିତୀୟ ସ୍ଥାନରେ ରହିଥିଲା । ଫାଇନାଲରେ ପାକିସ୍ତାନ ଭାରତକୁ ୧-୦ ଗୋଲରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ଭାରତ ଅଲମ୍ପିକରେ ସପ୍ତମ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବାରେ ବିଫଳ ରହିଥିଲା । ବର୍ଷ ୧୯୬୪ରେ ଖେଳାଯାଇଥିବା ଟୋକିଓ ଅଲମ୍ପିକ ଫାଇନାଲରେ ଭାରତ ପାକିସ୍ତାନକୁ ଫାଇନାଲରେ ୧-୦ ଗୋଲରେ ପରାସ୍ତ କରି ବର୍ଷ ୧୯୬୦ ଅଲମ୍ପିକର ପ୍ରତିଶୋଧ ନେଇଥିଲା । ଏବଂ ସପ୍ତମ ଥର ସ୍ବର୍ଣ୍ଣ ପଦକ ଜିତି ଥିଲା ଭାରତ ।

ତିନି ଥର ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି - ବର୍ଷ ୧୯୬୮ ମେକ୍ସିକୋ ଏବଂ ବର୍ଷ ୧୯୭୨ ମ୍ୟୁନିକ୍‌ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲା । ୧୯୮୦ ମସିହାରେ ଖେଳାଯାଇଥିବା ମେକ୍ସିକୋ ଅଲମ୍ପିକରେ ଭାରତୀୟ ହକି ଦଳ ପୁଣି ଥରେ ଇତିହାସର ପୁନରାବୃତ୍ତି ଘଟାଇଥିଲା । ୧୬ ବର୍ଷ ପରେ ପୁଣି ଥରେ ଅଷ୍ଟମ ଥର ପାଇଁ ସ୍ବର୍ଣ୍ଣ ପଦକ ହାତେଇଥିଲା । ଏହି ଅଲମ୍ପିକରେ ସୁରେନ୍ଦ୍ର ସିଂହ ସୋଢୀ ୧୫ଟି ଗୋଲ ଦେଇଥିଲେ । ଏହାର ୪୧ ବର୍ଷ ପରେ ୨୦୨୧ ଟୋକିଓ ଅଲମ୍ପିକରେ ମନପ୍ରିତ ସିଂହଙ୍କ ନେତୃତ୍ବରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ରହଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.