ପଟିଆଲା: ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ଆଥଲେଟିକ୍ସରେ ଚମକିଲେ ଅନ୍ତର୍ଜାତୀୟ ଓଡିଆ ଧାବିକା ଦୂତୀ ଚାନ୍ଦ । 100 ମିଟର ଦୌଡ ଇଭେଣ୍ଟରେ ଦୂତୀ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । 11.44 ସେକେଣ୍ଡରେ ପହଞ୍ଚିବା ସହ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ଫେବ୍ରୁଆରୀ 18ରେ ପ୍ରଥମ ଲିଗ୍ରେ 11.51 ସେକେଣ୍ଡରେ ପହଞ୍ଚିଥିଲେ।
କର୍ଣ୍ଣାଟକର ଧନେଶ୍ବରୀ ଏ 11.89 ସେକେଣ୍ଡରେ ପହଞ୍ଚି ଦ୍ବିତୀୟ ହୋଇଥିଲେ । ମହାରାଷ୍ଟ୍ରର ଦିଆନ୍ଦ୍ର ଦୁଦଲେ ଭଲାଦାରେସ 11.92 ସେକେଣ୍ଡରେ ପହଞ୍ଚି ତୃତୀୟ ହୋଇଛନ୍ତି ।
ଆସାମ ଧାବିକା ହିମା ଦାସ 200 ମିଟର ଦୌଡରେ ପ୍ରଭାବୀ ପ୍ରଦର୍ଶନ ସହ 23.31 ସେକେଣ୍ଡରେ ପହଞ୍ଚି ବିଜୟୀ ହୋଇଛନ୍ତି । ମାତ୍ର ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନର ସମୟର 22.80 ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ