ETV Bharat / sports

Asian Games 2023: ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶଙ୍କୁ ସ୍ଵର୍ଣ୍ଣ, ଗୋଟିଏ ଦିନରେ ଭାରତକୁ ୧୫ ପଦକ

ଏସିଆନ୍‌ ଗେମ୍ସ ୨୦୨୩ରେ ଆଥଲେଟିକ୍ସ ବର୍ଗରେ ଇତିହାସ ରଚିଛି ଭାରତ । ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ ଦୌଡ଼ରେ ଭାରତର ଅବିନାଶ ସାବଲେ ୮:୧୯:୫୩ ସମୟ ସହ ପ୍ରଥମ ସ୍ଥାନ ହାସଲ କରି ଭାରତକୁ ସ୍ଵର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 1, 2023, 10:09 PM IST

୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶଙ୍କୁ ସ୍ଵର୍ଣ୍ଣ

ହାଙ୍ଗଝୌ: ଏସିଆନ୍‌ ଗେମ୍ସ ୨୦୨୩ରେ ଆଜି ଆଥଲେଟିକ୍ସ ବର୍ଗରେ ଇତିହାସ ରଚିଛି ଭାରତ । ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ ଦୌଡ଼ରେ ଭାରତର ଅବିନାଶ ସାବଲେ ୮:୧୯:୫୩ ସମୟ ସହ ପ୍ରଥମ ସ୍ଥାନ ହାସଲ କରି ଭାରତକୁ ସ୍ଵର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହା ସହିତ ଏସିଆନ୍‌ ଗେମ୍ସରେ ଭାରତର ସ୍ଵର୍ଣ୍ଣ ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଏବଂ ଆଥଲେଟିକ୍ସରେ ଏହା ତୃତୀୟ ପଦକ । ତେବେ ଭାରତ ଏଥର ଆଥଲେଟିକ୍ସ ଅର୍ଥାତ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଏସୀୟ କ୍ରୀଡ଼ାରେ ସବୁଠୁ ଅଧିକ ପଦକ ଜିତିବାର ଆଶା ରଖିଛି ।

ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପଲଚେଜ ଦୌଡ଼ରେ ସ୍ଵର୍ଣ୍ଣ ଜିତିବା ସହ ଭାରତର ଏହି ଆଶାକୁ ଉଜ୍ଜୀବିତ ରଖିଛନ୍ତି । ଅବିନାଶ ଏସୀୟ କ୍ରୀଡ଼ା ଇତିହାସରେ ୩୦୦୦ ମିଟର ଷ୍ଟିପଲଚେଜ ଦୌଡ଼ରେ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସ୍ଵର୍ଣ୍ଣ ଜିତିଛନ୍ତି । ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ଆଥଲେଟ୍‌ମାନେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ମୋଟ ପଦକ ସଂଖ୍ୟା ୫୦ ଟପିଥିବାବେଳେ ଆଜି ଗୋଟିଏ ଦିନରେ ଭାରତକୁ ୧୫ ମେଡାଲ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ସଟ୍‌ପୁଟ୍‌ରେ ଇତିହାସ ରଚିଲେ ତଜିନ୍ଦର, ସାଉଦିକୁ ହରାଇ ସ୍ୱର୍ଣ୍ଣ ଆଣିଲା ଭାରତ

ଏହା ସହିତ ପୁରୁଷ ୧୫୦୦ ମିଟର ଦୌଡ଼ରେ ମଧ୍ୟ ଭାରତ ରୌପ୍ୟ ଓ କାଂସ୍ୟ ଜିତିଛି । ସରୋଜ କୁମାର ରୌପ୍ୟ ପଦକ ଜିତିଥିବାବେଳେ ଜନ୍‌ସନ୍‌ ବ୍ରୋଞ୍ଜ ହାସଲ କରିଛନ୍ତି । ଅନ୍ୟପଟେ ମହିଳା ୧୫୦୦ ମିଟର ଦୌଡ଼ରେ ଭାରତର ହରମିନଲ ବାଂସ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ସେହିପରି ଭାରତ ପକ୍ଷରୁ ମୁରଲୀ ଶ୍ରୀଶଙ୍କର ପୁରୁଷ ଲଙ୍ଗ-ଜମ୍ପ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ମହିଳା ୮୦୦ ମିଟର ହେପଟାଥଲାନ ବର୍ଗରେ ଭାରତର ନନ୍ଦିନୀ ଅଗସାରା ବ୍ରୋଞ୍ଜ ପଦକ ହାତେଇଛନ୍ତି । ମୁରଲୀ ଏହି ବର୍ଗରେ ସ୍ଵର୍ଣ୍ଣ ପଦକଠୁ ମାତ୍ର ୦.୦୩ ମିଟର ଦୂରରେ ରହିଯାଇଥିଲେ । ସେପଟେ ରବିବାର ଖେଳାଯାଇଥିବା ସଟ୍‌ପୁଟ୍‌ ଫାଇନାଲରେ ନିଜ ସାଉଦି ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ତଜିନ୍ଦର ସିଂହ ଟୁର । ଏହା ପୂର୍ବରୁ ସଟପୁଟ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ରଚିଥିଲେ ଭାରତର କିରଣ ବାଲିୟାନ । ଆଜି ଗୋଟିଏ ଦିନରେ ଭାରତକୁ ୩ ଗୋଲ୍ଡ ସହ ୭ ସିଲଭର୍‌ ଓ ୫ ବ୍ରୋଞ୍ଜ ପଦକ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.