ETV Bharat / sports

Archery World Cup: ଅଦିତି ଗୋପିଚାନ୍ଦଙ୍କ ବିଶ୍ବ ରେକର୍ଡ

author img

By

Published : Jun 15, 2023, 11:06 AM IST

ଭାରତର ଯୁବା 16 ବର୍ଷୀୟ ତୀରନ୍ଦାଜ ଅଦିତି ଗୋପିଚାନ୍ଦ ଦେଶକୁ ଗର୍ବିତ କରିଛନ୍ତି । କଲୋମ୍ବିଆରେ ଚାଲିଥିବା ତୀରନ୍ଦାଜ ବିଶ୍ବକପରେ ଅଦିତି ମହିଳା କମ୍ପାଉଣ୍ଡ ଯୋଗ୍ୟତା ବର୍ଗରେ ବିଶ୍ବ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ

Aditi Gopichand Swami
ତୀରଚାନ୍ଦ ବିଶ୍ବକପରେ ଅଦିତି ଗୋପିଚାନ୍ଦଙ୍କ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ତୀରନ୍ଦାଜ ବିଶ୍ବକପରେ ଚମକିଲେ ଭାରତୀୟ ତୀରନ୍ଦାଜୀ । ବିଶ୍ବ ରେକର୍ଡ କରି ଦେଶ ପାଇଁ ଗୌରବ ଆଣିଲେ ତୀରନ୍ଦାଜୀ ଅଦିତି ଗୋପିଚାନ୍ଦ ସ୍ବାମୀ । କଲିମ୍ବିଆର ମେଡେଲିନରେ ଚାଲିଥିବା ତୀରନ୍ଦାଜ ବିଶ୍ବକପ ଷ୍ଟେଜ-3ରେ ଦ୍ବିତୀୟ ଦିନରେ ଭାରତର 16 ବର୍ଷୀୟ ତୀରନ୍ଦାଜୀ ଅଦିତି ଗୋପିଚାନ୍ଦ ସ୍ବାମୀ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ମହିଳା କମ୍ପାଉଣ୍ଡ ଯୋଗ୍ୟତା ରାଉଣ୍ଡରେ 720ରୁ 711 ପଏଣ୍ଟ ସଂଗ୍ରହ କରି ପ୍ରଥମ ସ୍ଥାନ ସହ 18 ବର୍ଷରୁ କମ ବର୍ଗରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହା ସହିତ ଆମେରିକାର ଲିକୋ ଆରୋଓଲାଙ୍କ (705 ପଏଣ୍ଟ) ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି ।

16 ବର୍ଷୀୟ ଅଦିତି ଗୋପିଚାନ୍ଦ ତୀରନ୍ଦାଜୀ ବିଶ୍ବକପରେ ଏହି ସ୍ବତନ୍ତ୍ର ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ଷ୍ଟାର ତୀରନ୍ଦାଜୀଙ୍କ ଟକ୍କର ଜ୍ୟୋତି ସୁରେଖା ଭେନାମଙ୍କ ମଧ୍ୟରେ ହୋଇଥିଲା । ଜ୍ୟୋତି 708 ପଏଣ୍ଟ ସହ ଦ୍ବିତୀୟ ଏବଂ କଲମ୍ବିଆର ସାରା ଲୋପେଜ 707 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଅଦିତିଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

  • New World Record 🚨

    Archery🏹 World Cup Stage 3⃣ Columbia#NCOE @SAI_Sonepat trainee Aditi Gopichand Swamy scripts history by creating a world record of 711/720 points, breaking the previous world record of 705/720. pic.twitter.com/j3Nhhe92aM

    — SAI Media (@Media_SAI) June 14, 2023 " class="align-text-top noRightClick twitterSection" data=" ">

ଅଦିତି କହିଛନ୍ତି, '' ତୀରନ୍ଦାଜୀରେ ଏହି ରେକର୍ଡ ହାସଲ କରି ଖୁସି ଅନୁଭର କରୁଛି । ଏହି ରେକର୍ଡ ଅଧିକାରୀ ହେବି ବୋଲି ଆଶା ନଥିଲା । 16 ବର୍ଷ ବୟସରେ ଏହି ସଫଳତା ଗର୍ବର ବିଷୟ । ଅଦିତି ଓ ପରନିତ ଭାରତୀୟ ମହିଳା କମ୍ପାଉଣ୍ଡ ଟିମ ଯୋଗ୍ୟତାରେ 2119 ପଏଣ୍ଟ ସହ ଟପରେ ରହିଥିଲେ । ଏହି ଦଳ ଗତ ସପ୍ତାହରେ ସିଙ୍ଗାପୁର ଦଳ ଏସିଆ କପରେ 2120 ପଏଣ୍ଟ ସହ ବିଶ୍ବ ରେକର୍ଡ କରିଥିଲେ ।

ଏହା ବି ପଢନ୍ତୁ...Intercontinental Cup: ଆଜି ଭାରତ-ଲେବାନନ ମୁକାବିଲା

ଏହା ବି ପଢନ୍ତୁ...ସୁସ୍ଥ ହେଉଛନ୍ତି ପନ୍ତ୍‌, ନିଜେ ଭିଡିଓ ସେୟାର କରି ଦେଲେ ସୂଚନା

ଅଦିତିଙ୍କୁ ଟପ ସିଡ ଏବଂ ଜ୍ୟୋତିଙ୍କୁ ଦ୍ବିତୀୟ ସିଡ ମାନ୍ୟତା ମିଳିଛି । ଅନ୍ୟ ଭାରତୀୟ ତୀରନ୍ଦାଜୀ ପରନୀତ କୌର 700 ପଏଣ୍ଟ ସହ ଷଷ୍ଠ ଓ ଅଭନୀତ କୌର 684 ପଏଣ୍ଟ ସହ 28ତମ ସ୍ଥାନରେ ରହିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟର ଯୋଗ୍ୟତା ରାଉଣ୍ଡରେ ଭାରତ ଶୀର୍ଷ ସ୍ଥାନ ସହ ଟପ ସିଡ ମାନ୍ୟତା ପାଇଛି । ଜ୍ୟୋତି, ଅଦିତି ଓ ପରନୀତଙ୍କୁ ନେଇ ଗଠିତ ଦଳ ମୋଟ 2119 ପଏଣ୍ଟ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.