ETV Bharat / sports

FIH Pro League: ସୁଟ୍‌ଆଉଟ୍‌ରେ ଜର୍ମାନୀକୁ ହରାଇଲା ଭାରତୀୟ ମହିଳା ଟିମ ଟିମ

ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଭାରତୀୟ ମହିଳା ଟିମର ଆଉ ଏକ ଜବରଦସ୍ତ ବିଜୟ । ମହିଳା ହକି ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନୀକୁ ୩-୦ ଗୋଲ୍‌ରେ ହରାଇଛି ଭାରତ । ଅଧିକ ପଢନ୍ତୁ

author img

By

Published : Mar 13, 2022, 8:54 PM IST

India Women's team stun Germany 3-0 in shootout of FIH Pro League match
FIH Pro League: ସୁଟ୍‌ଆଉଟ୍‌ରେ ଜର୍ମାନୀକୁ ହରାଇଲା ଭାରତୀୟ ମହିଳା ଟିମ ଟିମ

ଭୁବନେଶ୍ବର: ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଭାରତୀୟ ମହିଳା ଟିମର ଆଉ ଏକ ଜବରଦସ୍ତ ବିଜୟ । ମହିଳା ହକି ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନୀକୁ ୩-୦ ଗୋଲ୍‌ରେ ହରାଇଛି ଭାରତ । ଭାରତୀୟ ଗୋଲକିପର ତଥା କ୍ୟାପେଟନ ସବିତା ପୁନିଆ ପୁଣି ଥରେ ପ୍ରାଚୀର ଭାବେ ଛିଡାହୋଇ ପ୍ରତିପକ୍ଷ ଟିମର ଗୋଲ୍‌ ରୋକିବା ସହ ଭାରତର ବିଜୟ ସୁନିଶ୍ଚିତ କରିଛନ୍ତି ।

ଧାର୍ଯ୍ୟ ସମୟ ମଧ୍ୟରେ ମ୍ୟାଚ୍‌ ୧-୧ରେ ଡ୍ର'ରେ ଶେଷ ହେବାପରେ ସୁଟଆଉଟ୍‌ ଜରିଆରେ ଫଳାଫଳ ସ୍ଥିର କରିବାକୁ ନିଷ୍ପତ୍ତି ହୋଇଥିଲା । ଭାରତୀୟ ଟିମ ୩ଟି ଗୋଲ୍‌ କରି ବିଜୟୀ ହୋଇଥିଲା ।

ଗତ ମ୍ୟାଚ୍‌ ସୁଟ୍‌ଆଉଟ୍‌ରେ ୨-୧ରେ ଜିତିବା ପରେ ଜର୍ମାନ ଟିମ ଆତ୍ମବିଶ୍ବାସର ସହ ଏହି ମ୍ୟାଚ୍‌ ଖେଳିଥିଲା । ଭାରତର ପେନାଲିଟି କର୍ଣ୍ଣରକୁ ବିଫଳ କରିବା ପରେ ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା । ଏହାପରେ ୨୪ତମ ମିନିଟ୍‌ରେ ଜର୍ମାନୀ ଏକ ପେନାଲିଟ ଷ୍ଟ୍ରୋକ୍‌ ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରିପାରିନଥିଲା । ତେବେ ୨୯ତମ ମିନିଟ୍‌ରେ ପେନାଲିଟି କର୍ଣ୍ଣର ଦ୍ବାରା ଗୋଲ୍‌ ସ୍କୋର କରି ଭ୍ରମଣକାରୀ ଟିମ ଆଗୁଆ ହୋଇଥିଲା ।

ମ୍ୟାଚ୍‌ର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଜର୍ମାନୀ ୧-୦ରେ ଆଗୁଆ ରହିଥିଲା । ତେବେ ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ଭାରତ ପକ୍ଷରୁ ନିଶା ଏକ ଚମତ୍କାର ଗୋଲ୍‌ କରି ସ୍କୋର ବରାବର କରିଥିଲେ । ମାତ୍ର ଚତୁର୍ଥ କ୍ବାର୍ଟର ଶେଷ ପର୍ଯ୍ୟନ୍ତ ଆଉ କୌଣସି ଟିମ ଗୋଲ୍‌ କରିବାକୁ ସମର୍ଥ ନହେବାରୁ ୧-୧ରେ ମ୍ୟାଚ୍‌ ଡ୍ର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.